ଗୋଟିଏ ବର୍ଷରେ ଭଞ୍ଜନଗର ଅଞ୍ଚଳରୁ ୩୦ବନ୍ଧୁକ ଜବତ ।

0 316

ଭଞ୍ଜନଗର, ୦୪/୦୩(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପୁଣିଥରେ ଆଉ ଗୋଟିଏ ବନ୍ଧୁକ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗତ ୧ବର୍ଷ ମଧ୍ୟରେ ଏହି ଥାନା ଅଞ୍ଚଳରୁ ମୋଟ ୩୦ଟି ବେଆଇନ ବନ୍ଧୁକ ଜବତ କରାଯାଇଛି। ଭଞ୍ଜନଗର ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନା ଗତବର୍ଷ ଠାରୁଏଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ସେ ନିଜର ପ୍ରୟାସ ଜାରି ରଖିଛନ୍ତି। ତେଣୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା , ନିଶା କାରବାର ରୋକିବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ବନ୍ଧୁକ ଉଦ୍ଧାର କରିବା ସହ ଚୋରା ଡ୍ରଗ୍ସ, ମଦ, ଗଞ୍ଜେଇ କାରବାରରେ ସମ୍ପୃକ୍ତ ବ୍ୟକ୍ତି ଓ ଅନ୍ୟାନ୍ୟ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ଏହି କ୍ରମରେ ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମ ବଡ଼ଦାଣ୍ଡସାହିରେ ଜନସାଧାରଣଙ୍କୁ ଆତଙ୍କିତ କରିବା ଏବଂ ଦାଦାବଟି ଆଦାୟ କରିବା ପାଇଁ ଉଦ୍ୟମ କରୁଥିବା ଏହି ଗ୍ରାମର ତପନ କୁମାର ପ୍ରଧାନ ଓରଫ ବାଘ ନାମକ ଜଣେ ବ୍ୟକ୍ତି ଗୋଟିଏ ୭.୬୫ଏମ୍ଏମ୍ ପିସ୍ତଲ ରଖିଥିବା ପୋଲିସ ସୂଚନା ପାଇଥିଲା।ତେଣୁ ଜିଲୁଣ୍ଡି ଗ୍ରାମରେ ଚଢ଼ାଉ କରି ତପନ କୁମାର ପ୍ରଧାନ ଓରଫ ବାଘ ଏବଂ ତାର ସହଯୋଗୀ ସନିଆ ଗୌଡ ଏହି ଦୁଇ ଅଭିଯୁକ୍ତଙ୍କୁ ଭଞ୍ଜନଗର ଥାନା କେସ୍ ନମ୍ବର ୧୮୩/୨୬ ଅର୍ନ୍ତଗତ ୨୫(୧-ବି)(ଏ)/୨୫(୧) (ଏ) ଅସ୍ତ୍ରଶସ୍ତ୍ର ଆଇନରେ ଗିରଫ କରାଯାଇଛି ଏବଂ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ୭.୬୫ଏମ୍ଏମ୍ ପିସ୍ତଲ, ଗୋଟିଏ ମାଗାଜିନ୍ ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.