ଭେଣ୍ଡିଆ ପୁଅ କୋମାରେ, ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚାହିଁ ରହିଛି ସାଲୁ ।

0 0

ଭଞ୍ଜନଗର, ୦୩/୦୩(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ ରାଣୀ କିଆରୀ ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ପ୍ରକାଶ ଦାଶ ଓ ପତ୍ନୀ ପ୍ରଭାସିନୀ ଦାଶଙ୍କ ୨ପୁଅ। ଆର୍ଥିକ ଅଭାବ ଅନାଟନ କାରଣରୁ ବଡ଼ପୁଅ ସୁଦୂର ତାମିଲନାଡୁ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସାନ ପୁଅ ସାଲୁ ଦାଶ ଗତ ୨୦୨୪ ମସିହାରେ ଭୁବନେଶ୍ୱର ଠାରେ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଦୁଇ ବର୍ଷ ହେଲା କୋମାରେ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି। ଚିକିତ୍ସା ନିମନ୍ତେ ସାଲୁ କୁ ବାରମ୍ବାର ବ୍ରହ୍ମପୁର ଓ ଭୁବନେଶ୍ୱର ମେଡ଼ିକାଲକୁ ନେବାକୁ ପଡୁଛି।ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଯାହା ଜମିବାଡ଼ି ଥିଲା ସେସବୁ ବିକ୍ରି କରିବା ସହ ଧାର କରଜ କରି ପ୍ରାୟ କୋଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି।ତଥାପି ସାଲୁ ସୁସ୍ଥ ହୋଇ ନଥିବା ଜଣାପଡିଛି।ଏଭଳି ସ୍ଥିତିରେ କିଛି ସରକାରୀ ସହାୟତା ପାଇବା ପାଇଁ ପ୍ରକାଶ ନିଜ ପୁଅକୁ ଧରି ଭଞ୍ଜନଗର ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କୁ ଆସି ରେଡ଼କ୍ରସ ପାଣ୍ଠିରୁ କେବଳ ୧୦ହଜାର ଟଙ୍କା ସହାୟତା ପାଇଛନ୍ତି।ପୁଅର ଅଧିକ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପାଇ ପାରିଲେ ନାହିଁ।ତେଣୁ ବାରମ୍ବାର ଭଞ୍ଜନଗର ଆସି ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।ନିଜ ୨୫ବର୍ଷୀୟ ଭେଣ୍ଡିଆ ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ଘରଲୋକ ଚିନ୍ତିତ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଗୁଁ ପୁଅ ସୁସ୍ଥ ହୋଇପାରିବ ବୋଲି ତାର ବାପା ମାଆ ଆଶା ରଖିଛନ୍ତି। ସରକାରଙ୍କ କୃପାଦୃଷ୍ଟି ପଡ଼ିଲେ ସାଲୁ ଏକ ନୂଆ ଜୀବନ ପାଇବ ବୋଲି ତାର ବାପା ପ୍ରକାଶ ଦାଶ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.