ବ୍ରହ୍ମପୁର,୦୨/୦୩(ପିପିଟି): ସୋମବାର ଦିନ ଦକ୍ଷିଣପୁର କ୍ଲଷ୍ଟରସ୍ଥ ବାଳକୃଷ୍ଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକଙ୍କ ଅଧ୍ୟକ୍ଷତାରେ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଏହି ବିଦ୍ୟାଳୟ ଆଲୁମିନି ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି,ଶିବରାମ ମହାଙ୍କୁଡ ମୁଖ୍ୟବକ୍ତା,କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଓ ରବୀନ ପାତ୍ର,ଡଃ ରାମକୃଷ୍ଣ ସାହୁ ସମ୍ମାନୀତ ଅଥିତି ଭାବେ ଯୋଗ ଦେଇଥିଲେ । ଏନୟୁପିସ ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ. ପୁଷ୍ପଲତା,ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର, ତଳକୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର, ଆମ୍ବଗଡ଼ ବିଦ୍ୟାଳୟର ଲକ୍ଷ୍ମୀକାନ୍ତ ମହାପାତ୍ର ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ଥିଲେ । ସମସ୍ତ ଅତିଥିଙ୍କ ଗହଣରେ ମୁଖ୍ୟଅତିଥି କାହ୍ନୁ ଚରଣ ପାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଜି ଟୁନା ଦୋରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କୁ ପିଲାମାନଙ୍କ ଦ୍ୱାରା ସମ୍ମାନୀତ କରାଇଥିଲେ । ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଜେ ରମେଶ ଚନ୍ଦ୍ର ସେନାପତି, ରାମମୋହନ ପତି,କଲ୍ୟାଣୀ କୁମାରୀ ତ୍ରୀପାଠୀ ସହଯୋଗ କରିଥିଲେ । ଶିଶୁ ସେବିକା ଜୟନ୍ତୀ ଗୌଡ଼ ଛାତ୍ରୀମାନଙ୍କ ବେଶଭୂଷା ଦାୟିତ୍ୱରେ ରହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶଶୀ ରେଖା ମଲ୍ଲିକ ୨୦୨୫-୨୬ ଶିକ୍ଷାବର୍ଷ ର ବାର୍ଷିକ ବିବରଣୀ ପାଠ କରିଥିଲେ । ସମସ୍ତ ଉପସ୍ଥିତ ଅତିଥିଙ୍କ ଗହଣରେ ବିଦ୍ୟାଳୟର ମେଗାଜିନ ଯଥା ଶିଶୁ କଳିକା -୧ ,ଶିଶୁ କଳିକା -୨ ଓ ବିଦ୍ୟାଳୟ ପ୍ରାଚିର ପତ୍ରକୁ ଉନ୍ମୋଚନ କରି ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ବିଦ୍ୟାଳୟ ସ୍ତରରେ କାହିଁକି ଆୟୋଜନ କରାଯାଉଛି ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ କଣ ଉପକାର ହେଉଛି ବୁଝାଇଥିଲେ । ତତ୍ ପରେ ଅତିଥି ମାନଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ । ଭୋଜନ ପ୍ରସ୍ତୁତି ଓ ପରିବେଷଣ ବିଦ୍ୟାଳୟର ପାଚିକା ମାନେ ଦାୟିତ୍ଵ ଗ୍ରହଣ କରିଥିଲେ । ଅପରାହ୍ନରେ ପିଲାଙ୍କ ଦ୍ୱାରା ଶିଖିଥିବା ପ୍ରାୟ ୨୦ ଟି ନୃତ୍ୟ ମଞ୍ଚ ଉପରେ ପରିବେଷଣ କରିଥିଲେ । ଡ଼କ୍ଟର ରାମକୃଷ୍ଣ ସାହୁ ଓ ବୁଦ୍ଧଦେବ ପାତ୍ରଙ୍କ ନିର୍ଦ୍ଦେଶନା ରେ ରୋଲପ୍ଲେ ବା ସଂକ୍ଷିପ୍ତ ନାଟକ ” କନ୍ୟା ରତ୍ନ ” ଛାତ୍ରୀମାନେ ମଞ୍ଚ ଉପରେ ପରିବେଷଣ କରିଥିଲେ । ଏହି ନାଟକଟି ଅତି ଉଚ୍ଚକୋଟିର ଥିଲା ଯାହାକି ସମାଜରେ ଗୋଟିଏ କନ୍ୟାର ମୂଲ୍ୟ କଣ , ସେ ଉପରେ ଗୋଟିଏ ସଚେତନ ବାର୍ତ୍ତା ପହଞ୍ଚି ପାରିଥିଲା । ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଛାତ୍ରୀ ଜାଗୃତି ଗୌଡ଼,ରାଣୀ ଦାସ,ସୃଷ୍ଟିମୟୀ ଗୌଡ଼, ସୁନେନା ଡାକୁଆ,ରଶ୍ମିତା ଡାକୁଆ, ଅର୍ପିତା ମହାରଣା,ଅକ୍ସିତା ମହାରଣା, ସନ୍ଧ୍ୟା ଗୌଡ଼ ଓ ସ୍ଵାତୀ ପଟ୍ଟନାୟକ ନିଖୁଣ ଭାବେ କରିଥିବା ଅଭିନୟ , ଉପସ୍ଥିତ ଅତିଥି ଓ ଅଭିଭାବଙ୍କ ମନମୁଗ୍ଧ କରିଥିଲା । ଏହା ପରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବିଦ୍ୟାଳୟର ପରିଚାଳନା କମିଟି ସହିତ ପଦ୍ମଲୋଚନ ଗୌଡ଼,ସୁଧାକର ସାହୁ,ଡି ମହେନ୍ଦ୍ର,ସୁକାନ୍ତ ମଲ୍ଲିକ, ଶୁଭମ୍ ପାଇକ,ନୀଳକଣ୍ଠ ଗୌଡ଼ , ନାରାୟଣ ଦାସଙ୍କ ସହିତ ଶିକ୍ଷକ ମିଶ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ଵତୀ ଆଚାରି ଓ ଜୁଗୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମଳିକ ସମସ୍ତକୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।