ବେଆଇନ ବିଦେଶୀ ମଦ ଦୋକାନ ଉଛେଦ ପାଇଁ ଦାବି ।

0 188

ପୋଲସରା (ପିପିଟି) ୦୩/୦୩/୨୬ ମଦୁଆଙ୍କ ଉତ୍ପାତରେ ଅତିଷ୍ଟ ହେଲେଣି ଆଖପାଖ ଲୋକେ । ଘର ପାଖରେ ବିଦେଶି ମଦ ଦୋକାନ ଖୋଲିବା ଯୋଗୁଁ ପ୍ରତ୍ୟେକ ଦିନ କିଛିନା କିଛି ଅଘଟଣ ଘଟୁଥିବାରୁ ମଦ ଦୋକାନ ବନ୍ଦ ଦାବିରେ ପୋଲସରା ଓ ବୁଗୁଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ । ଏହିପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତର ନରସିଂହପଲ୍ଲୀ ଗ୍ରାମ ନିକଟ ବିଦେଶୀ ମଦ ଦୋକାନ ଆଗରେ । ଯାହାକୁ ନେଇ ପୋଲସରା ଓ ବୁଗୁଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଫଳରେ ପୋଲସରା ଠାରୁ ବୁଗୁଡ଼ା କୁ ଯାତାୟତ ବନ୍ଦ ରହିଛି । ତେବେ ଗତ କାଲି ରାତିରେ ମଦ ଦୋକାନ ରେ ମଦ ପିଇ ଦଶରୁ ଉର୍ଦ୍ଧ ଯୁବକ ଗଣ୍ଡଗୋଳ କରି ପାଖରେ ଥିବା ଲୋକଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ ,ଯାହା ସିସି ଟିଭି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ିଛି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ପୋଲିସ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସକାଳୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଅବରୋଧ କରିବା ସହ ବେଆଇନ ବିଦେଶୀ ମଦ ଦୋକାନ ବନ୍ଦ କରିବା କୁ ଦାବୀ କରିଛନ୍ତି । ଖବରପାଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ସଦଳବଳ ନେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଏକ ଦାବିପତ୍ର ଗ୍ରହଣ କରି ତଦନ୍ତ ଚଳାଇଛନ୍ତି l ସୂଚନା ମୁତାବକ ଏହି ବିଦେଶୀ ମଦ ଦୋକାନଟି ବେଆଇନ ଭାବେ ଗଞ୍ଜାମ ଅବକାରୀ ବିଭାଗ କରିବା ପାଇଁ ଅନୁମତି ଦେଇଛି। ପୋଲସରା ତହସିଲ ଅଧିନରେ ଥିବା ଚିରିକିପଡା ଶାସନ ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ବିଦେଶୀ ମଦ ଦୋକାନ ଆରମ୍ଭ ପୂର୍ବରୁ ଅବକାରୀ ବିଭାଗକୁ ୧୦ ମିଟର ଦୂରରେ ଏମ୍ ଡି ଆର୍ ରୋଡ଼,୧୫ ମିଟର ଦୂରରେ ମାଁ ମଙ୍ଗଳାଙ୍କ ମନ୍ଦିର ଓ ୧୦୦ ମିଟର ଦୂର ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଓ ବନ୍ଧ ଥିବା ଲିଖିତ ଭାବେ ଜଣାଇଥିବା ବେଳେ ସମସ୍ତ ନିୟମ ଉଲ୍ଲଂଘନ କରି ଏହି ଜାଗାରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଲା କିଏ???ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠି ନିୟମ ଅନୁସାରେ ସରକାରୀଙ୍କ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସମ୍ପୂର୍ଣ୍ଣ ଭାବେ ନଥିବା ବେଳେ ଅବକାରୀ ବିଭାଗ ସବୁ କିଛି ଜାଣିଶୁଣି ଅବକାରୀ ଆଇନ୍ ଉଲଘଂନ କରି ଏ ଜାଗାରେ ଏହି ବେଆଇନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବା ସ୍ପଷ୍ଟ ଜଣାପଡିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରି ବେଆଇନ ଭାବେ ଅନୁମତି ଦିଆଯାଇଥିବା ମଦ ଦୋକାନକୁ ଉଛେଦ କରିବା ପାଇଁ ଦାବି ହୋଇଛି । ଉକ୍ତ ଘଟଣାକୁ ନେଇ ସାଧାରଣରେ ତ୍ରିବ ଅସନ୍ତୋଷ ସୃଷ୍ଟି ହୋଇଥିବାର ଶୁଣିବାକୁ ମିଳିଛି।ଜଦି ଗ୍ରାମ ବାସୀଙ୍କ ଦାବୀକୁ ସମ୍ମାନ ଦିଆନଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତାହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.