କଲବଲ ଆଲବମ୍ ରିଲିଜ୍,ଆଦ୍ୟଶ୍ରୀଙ୍କ ଚମକୃତ ଅଭିନୟ ।

0 0

ବ୍ରହ୍ମପୁର,୨୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ଓ କଳାକାରଙ୍କ ଅର୍ପୁବ ଭଣ୍ଡାର,ରଣପା, ଦାସ କାଠିଆ,ଭାରତ ଲୀଳା,ପ୍ରହ୍ଲାଦ ନାଟକ,ରାଧା ପ୍ରେମ ଲୀଳା,କୃଷ୍ଣ ଲୀଳା,ବାଘ ନାଚ ଓ ଦଣ୍ଡ ନାଚ ବିଶ୍ଵ ଦରବାର ରେ ସୁ ପ୍ରସିଦ୍ଧ। ତତ୍ ସଙ୍ଗେ ଓଡ଼ିଶୀ, ଭାରତ ନାଟ୍ୟମ୍ ସହ ବିଭିନ୍ନ ଲୋକ ନୃତ୍ୟ ଓ ଆଧୁନିକ ନୃତ୍ୟ ରେ ମଧ୍ୟ ଆମ କଳାକାର ମାନେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି।କଳାକାର ମାନଙ୍କୁ ଅଧିକ ପ୍ରୋତ୍ସାହନ ସରକାରୀ ଓ ବେସରକାରୀ ସ୍ତରରେ ଯୋଗାଇ ପାରିଲେ ଆହୁରି ବହୁ ଉଚ୍ଚ କଳାକାର ସୃଷ୍ଟି ହୋଇ, ଜିଲ୍ଲା ନିମନ୍ତେ ସୁନାମ ଆଣିପାରିବେ ବୋଲି ଆଜି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ଗାୟତ୍ରୀ ହୋଟେଲ ସ୍ଥିତ ମଣ୍ଡପ ଠାରେ ” ମାଟିର ମହକ” ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ। ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ, ବିଜେପି ଗଞ୍ଜାମ ସଭାପତି ସରୋଜ ସାବତ, ଡ ବିନୋଦ ଚନ୍ଦ୍ର ସାବତ,ସୁବାସ ମହାରଣା,ବକ୍ତା ଭାବେ ବରିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ଵ ତଥା ପ୍ରମୟର ଡି ଜି ଏମ ଅମ୍ବିକା ପ୍ରସାଦ ଦାଶ, ବିଶ୍ବରଂଜନ ପାଢ଼ୀ,ମିତଲ ଗ୍ରୁପ ଓଡ଼ିଶା ସଭାପତି ପ୍ରମୁଖ ଯୋଗଦେଇ ଗଞ୍ଜାମ ମାଟିର କଳା ସଂସ୍କୃତି ଉପରେ ଆଲୋକପାତ କରିବା ସହ ଏ କ୍ଷେତ୍ର ରେ ମହାନ୍ ସଂଘ ଚାଳିଶି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିବା ସହ ବହୁ କଳା କାର ସୃଷ୍ଟି କରିବା ସହ ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାର ମଞ୍ଚ ରେ କଳା ପରିବେଷଣ କରିବା ସୁଯୋଗ ସୃଷ୍ଟି କରିଥିବା ଅତି ପ୍ରସଂଶନିୟ ବୋଲି ମତବ୍ୟକ୍ତ କରିଥିଲେ।

ଆଜି ମହାନ୍ ସଂଘ୍ ସହୋଜୋଗରେ କନକ ପ୍ରଡକ୍ସନ ତରଫରୁ କେବଳ ଗଞ୍ଜାମ କଳାକାର,ନିର୍ଦ୍ଦେଶକ କେମେରା ମେନଙ୍କୁ ନେଇ ପ୍ରଥମ୍ ସୁନ୍ଦର୍ ମ୍ୟୁଜିକ ଆଲବମକୁ ଅତିଥି ମାନଙ୍କ କର କମଳରେ ରିଲିଜ କରାଯାଇଥିଲା । ଏଥିରେ ମୁଖ୍ୟ ନାୟିକା ବିଶିଷ୍ଟ ନୃତ୍ୟ ଶିଳ୍ପୀ ସୁଶ୍ରୀ ଆଦ୍ୟଶ୍ରୀ ସାବତ ଙ୍କ ନୃତ୍ୟ ଓ ଅଭିନୟ ବେଶ ପ୍ରଶଂସନୀୟ ହୋଇଥିବା ସହ ନାୟକ ଅଭିନାଶ ଓ ଅନ୍ୟ କଳାକାରଙ୍କ ନୃତ୍ୟ ଓ ଅଭିନୟ ମଧ୍ୟ ଆଲବମ କୁ ଆହୁରି ଆକର୍ଷଣ କରିପାରିଛି। ନିର୍ଦ୍ଦେଶକ ପ୍ରେମ କୁମାରଙ୍କ ନିର୍ଦ୍ଦେଶନାରେ ଗୀତିକାର ସୂର୍ଯ୍ଯ ପ୍ରକାଶ ଦାସ କୋରିଓ ଗ୍ରାଫ୍ରର ସୁଶ୍ରୀ ଲଳିତା ହାସିନି, ଗାୟକ ଅଭୀନାଶ ଓ ସ୍ମୃତିଙ୍କ କଣ୍ଠ ଦାନ ରେ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମିଶ୍ରଙ୍କ ଦ୍ଵାରା ସଂଯୋଜନାରେ ଆଲବମ୍ ଅତି ସୁନ୍ଦର ହୋଇ ପାରିଛି। କନକ ପ୍ରଡକ୍ସନର ପ୍ରଥମ ଅବଦାନ ପରେ ପରେ ଅନେକ ଆଲବମ୍ ଓ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ ବୋଲି ପ୍ରଜଯୋକ ଶ୍ରୀକାନ୍ତ ଚନ୍ଦ୍ର ସାବତ ସୂଚନା ଦେଇଛନ୍ତି। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ କୁ ମହାନ୍ ସଂଘର ସଦୟ ସଦସ୍ୟା, ସୁନୀତା ସାବତ, ଲଳିତା କଳା ଏକାଡେମୀର ସମ୍ପାଦିକା ମାବୁଦ୍ରୁ ଚଦ୍ର କଳା,ଶୁଭଶ୍ରୀ ସାବତ, ମନରଞ୍ଜନ୍ ପାଢ଼ୀ ପରିଚାଳନାରେ ସାହୋଜୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.