ଲୋକପ୍ରିୟ ବରିଷ୍ଠ ବ୍ୟାଙ୍କ କର୍ମଚାରୀଙ୍କ ଅବସର ଗ୍ରହଣ ।

0 91

ଭଞ୍ଜନଗର, ୨୮/୦୨(ପିପିଟି ):ଭଞ୍ଜନଗର ମେନ ରୋଡ଼ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖା-୨ରେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ କର୍ମଚାରୀ ବିଜୟ କୁମାର ପାଳ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ବ୍ୟାଙ୍କ ତରଫରୁ ଆୟୋଜିତ ଏକ ବିଦାୟକାଳୀନ ସଭାରେ ଶ୍ରୀ ପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ରଜତ କୁମାର ମହନ୍ତଙ୍କ ସଭାପତିତ୍ୱରେ ଓଡିଶା ରାଜ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ବ୍ରହ୍ମପୁର ଡିଭିଜନର ସମ୍ପାଦକ ଉଜ୍ଜ୍ଵଳେଶ୍ୱର ଦାସ,ସହ ସମ୍ପାଦକ ସୁଜିତ କୁମାର ମିଶ୍ର,
ସୁଦୀପ୍ତ ରଞ୍ଜନ ପାତ୍ର,ଜଗନ୍ନାଥ ପାଳ ଯୋଗ ଦେଇ ଜଣେ ବ୍ୟାଙ୍କ କର୍ମଚାରୀର ଦାୟିତ୍ୱ ଓ କର୍ତ୍ତବ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ। ଏଥିସହ ଶ୍ରୀ ପାଳ ଜଣେ ଦକ୍ଷ କର୍ମଚାରୀ ଭାବେ ପ୍ରତ୍ୟେକ ଦିନ ଠିକ ସମୟରେ ବ୍ୟାଙ୍କକୁ ଆସିବା ସହ ସମସ୍ତ ଗ୍ରାହକଙ୍କ ସହ ସୁସମ୍ପର୍କ ସ୍ଥାପନ କରି ବହୁ ନୂତନ ଗ୍ରାହକ ସୃଷ୍ଟି କରିଥିଲେ। ସେ ଜଣେ ବରିଷ୍ଠ କର୍ମଚାରୀ ହୋଇଥିବାରୁ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ତାଙ୍କର ସାହାଯ୍ୟ ସହଯୋଗ ଲୋଡ଼ା ଯାଉଥିଲା।ତେଣୁ ଭଞ୍ଜନଗର ଆଖପାଖ ଅଞ୍ଚଳରେ ସେ ବିଜି ପାଳ ନାମରେ ବେଶ ପରିଚିତ ଥିଲେ। ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ ଥିବା ସମୟରେ ପ୍ରଥମେ ଭଞ୍ଜନଗର ଶଖାରୁ ନିଜର ଚାକିରୀ ଜୀବନ ଆରମ୍ଭ କରିବା ପରେ ଆସ୍କା ଓ ନିମିନା ବଦଳି ହୋଇ ପୁଣି ଭଞ୍ଜନଗର ଶାଖାରେ ଦପ୍ତରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଦୀର୍ଘ ୩୭ ବର୍ଷ ନିଜର ଚାକିରୀ ଜୀବନରେ ବ୍ୟାଙ୍କ କର୍ମଚାରୀ ହିସାବରେ ସମସ୍ତ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଯୋଗୁଁ ବ୍ୟାଙ୍କର ଉନ୍ନତି ପାଇଁ ଚେଷ୍ଟା କରିଥିଲେ। ଏହି ଅବସରକାଳୀନ ଉତ୍ସବରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଶ୍ରୀ ପାଳ ଓ ତାଙ୍କ ପତ୍ନୀ ମମତା କୁମାରୀ ପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର ବିଶିଷ୍ଟ ବ୍ୟବସାୟିକ ଅନୁଷ୍ଠାନ ଓ ମାନ୍ୟଗଣ ବ୍ୟକ୍ତି ମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ତାଙ୍କର ଅବସର ଜୀବନରେ ସୁଖ,ଶାନ୍ତି ସହ ଦୀର୍ଘାୟୁ କାମନା କରିଥିଲେ।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.