ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

0 195

ପୋଲସରା ,୨୮/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ୨୦୨୬ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିଥିବା ବେଳେ ଶିକ୍ଷାନୁଷ୍ଠାନ ପକ୍ଷରୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ପ୍ରିନ୍ସପାଲ ସରୋଜକାନ୍ତ ଦାସ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାକ୍ତନ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରାକ୍ତନ ପ୍ରାଧ୍ୟାପକ କାମେଶ୍ୱର ବେହେରା, ଜଗନ୍ନାଥ ପ୍ରସାଦ କଲେଜର ଶିକ୍ଷା ବିଭାଗ ଅଧ୍ୟାପକ ମହେଶ ପଟ୍ଟନାୟକ, ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ଶିଶିର କୁମାର ନାୟକ, ଅମିୟ କୁମାର ସ୍ବାଇଁ, ଡିଗ୍ରୀ କଲେଜ ଅଧ୍ଯକ୍ଷ ଗୋପିନାଥ ମହାନ୍ତି, ଅଧ୍ୟାପକ ଡକ୍ଟର ଏ.ଜିତେଶ ରାଓ ଦୋରା, କିଶୋର ଚନ୍ଦ୍ର ପଣ୍ଡା, ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ସ୍ମିତା ରାଣୀ ସାହୁ, ସୁଜାତା କୁମାରୀ ପଟ୍ଟନାୟକ, ମିନତୀ ଆଚାରୀ, ଭକ୍ତ ଲତା ମହାପାତ୍ର, ସଲୀଳା ନାୟକ, କାହ୍ନୁଚରଣ ଦାସ, ବାଲୁଙ୍କେଶ୍ୱର କଲେଜର ଅଧ୍ଯକ୍ଷ ପଞ୍ଚାନନ ନାହାକ, ଜ୍ଞାନ ଚାନ୍ଦ ଗୌଡ଼, ଭାବଗ୍ରାହୀ ମହାପାତ୍ର, ସିମାଞ୍ଚଳ ଦାସ, ମଦୁରାଜ ଦୋରା, ସିମାଞ୍ଚଳ ଗୌଡ, ରମାକାନ୍ତ ରାଉତ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇ ସେବା ନିବୃତ ରିଡର ଶ୍ରୀ ପଣ୍ଡାଙ୍କୁ ଉପଢ଼ୌକନ, ପୁଷ୍ପ ଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.