ବ୍ରାଉନ ସୁଗାର କାରବାରରେ ୨ଗିରଫ ।

0 90

ଭଞ୍ଜନଗର, ୨୨/୦୨(ପିପିଟି):ଭଞ୍ଜନଗର ପୋଲିସ ପୁଣିଥରେ ଚୋରା ବ୍ରାଉନ ସୁଗାର କାରବାରରେ ଆଉ ୨ଜଣଙ୍କୁ ଗିରଫ କରିଛି।ବିଶେଷ କରି ଆଜିର ଯୁବପିଢ଼ି ନିଶା କବଳରେ ବଶୀଭୂତ ହୋଇ ନିଜର ସୁନ୍ଦର ଭବିଷ୍ୟତକୁ ନଷ୍ଟ କରୁଛନ୍ତି।ଯାହା ଫଳରେ ସେମାନଙ୍କ ପରିବାରରେ ସଦାସର୍ବଦା ଅଶାନ୍ତି ଲାଗି ରହିଛି। ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଥାନା ଏସ.ଆଇ ସମୀର କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଶାଳୁଆ ପଲି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟିଏ ସ୍କୁଟିରେ ଯାଉଥିବା ୨ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇଥିଲେ।ସେମାନଙ୍କ ନିକଟରୁ ବ୍ରାଉନସୁଗାରର ଗନ୍ଧ ବାହାରିବାରୁ ତଲାସୀ ନେବାରେ କିଛି ବ୍ରାଉନସୁଗାର ମଧ୍ୟ ବାହାରିଥିଲା।ସେସବୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ କରିବା ସମୟରେ ୫୧.୭୪ ଗ୍ରାମ ବ୍ରାଉନସୁଗାର ସହ ଓଡ଼ି ୦୭ ଏଏକ୍ସ ୮୦୩୧ ନମ୍ବର ଥିବା ଗୋଟିଏ ସ୍କୁଟି, ନଗଦ ୨୭୦୦ ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ମିଳିଥିଲା।ତଦନ୍ତ ବେଳେ ଏମାନେ ଚୋରା ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।ସେମାନେ ହେଲେ ଭଞ୍ଜନଗର ବେଜିପୁଟ ଗ୍ରାମର ଓମ୍ ପ୍ରକାଶ ସ୍ୱାଇଁ ଏବଂ ଖଲିକୋଟର ଚନ୍ଦନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୧୬୬/୨୬ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.