ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ।

0 159

ମାଲକାନଗିରି,୨୦/୦୨(ପିପିଟି):ମାଲକାନଗିରି ଜିଲ୍ଲା ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ରାଜ୍ୟ ମହିଳା ବିଜୁ ଜନତା ଦଳର ଉପ ସମ୍ପାଦିକା କବିତା ମହନ୍ତ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଦହନା ଟାଙ୍ଗୁଲୁ ଓ କମଳା ବରାଳ ଗତକାଲି ମାଲକାନଗିରିରୁ ଦଳୀୟ କାର୍ଯ୍ଯରେ ଭୁବନେଶ୍ଵର ଯାଇଥିବା ସମୟରେ ବ୍ରହ୍ମପୁର ସହର ଅନତିଦୂରରେ ଗାଡି ଚାଳକ ଏକ ମାଟି ଗଦା ଉପରେ ଅସାବଧାନତା ଭାବରେ ଗାଡିଟିକୁ ଚଢ଼ିଇ ଦେଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ଯାଇଥିଲା । ସେତେବେଳେ ରାତି ଗୋଟାଏ ହୋଇ ବେଳେ ଆହତମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଶୁ ଚିକିତ୍ସା ପରେ ଆଜି ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଉଥିବା ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରକାଶ କରିଛନ୍ତି। ତେବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଦହନା ଟାଙ୍ଗୁ ଓ କମଳା ବରାଳଙ୍କୁ ଆଘାତ ଲାଗିଥିବା ବେଳେ ଅନ୍ୟମାନଙ୍କୁ ସାମନ୍ୟ ଆହାତ ଲାଗି ଥିବା ଜଣାପଡ଼ିଛି। ସେମାନଙ୍କ ଆରୋଗ୍ୟ ଲାଭ ପାଇଁ ବିଜେଡି ମହଲରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.