ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା ।

0 18

ମାଲକାନଗିରି,୨୦/୦୨(ପିପିଟି):ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଗଣ ଧାରଣା ପ୍ରତ୍ୟେକ କେନ୍ଦୁପତ୍ର ବନାଞ୍ଚଳରେ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଥିବା ୬ ଗୋଟିଏ କେନ୍ଦୁପତ୍ର ବନାଞ୍ଚଳରେ ମଧ୍ୟ କେନ୍ଦୁପତ୍ର କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣା ଦୁଇ ଦିନ ବ୍ୟାପି ଚାଲିବ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ଆଜିର ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ମାଲକାନଗିରି ଜିଲ୍ଲାର ୬ ଗୋଟିଏ କେନ୍ଦୁପତ୍ର ବନାଞ୍ଚଳ ଗୁଡ଼ିକ ମଧ୍ୟରେ କାଲିମେଳା,ଏମଭି-୭୯, କତାମେଟା, ମାଥିଲି, ବାଲିମେଳା ଓ ମାଲକାନଗିରି ସଂପୃକ୍ତ । କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ଗୁଡିକ ହେଲା, କେନ୍ଦୁପତ୍ର କେରି ବୃଦ୍ଧି, ଋତୁ କାଳୀନ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି,ବୋନସ ପରିମାଣ ବୃଦ୍ଧି,ବନ୍ଧେଇ କର୍ମଚାରୀ ମାନଙ୍କ କେନ୍ଦୁପତ୍ର ବିଡା ପ୍ରତି ଦରବୃଦ୍ଧି,ପଡି ଉଛେଦ,୬ ଗୋଟି ଡାଇଭିଜନରେ ଘରୋଇକରଣ ବନ୍ଦ, କଲ୍ଯାଣ ଟ୍ରଷ୍ଟ ବୋର୍ଡର ବୈଠକ ଆହ୍ୱାନ, ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ରୁ ୪ ଲକ୍ଷ କୁ୍ ବୃଦ୍ଧି, ଋତୁ କାଳୀନ କର୍ମଚାରୀଙ୍କ ରୋଗ ରେ ପୀଡିତ ଛୁଟି, ଜୟପୁର, ନବରଙ୍ଗପୁର ଓ ଖଡିଆଲ ଡିଭିଜନର ଫାଲ ଏରିଆକୁ ପ୍ରୋସେସିଙ୍ଗ ଏରିଆରେ ପରିଣତ, ବିଭିନ୍ନ ଡିଭିଜନର ଖାଲି ପଡ଼ିଥିବା ଋତୁକାଳୀନ କର୍ମଚାରୀଙ୍କ ପଦବୀ ପ୍ରମୋଶନ ମାଧ୍ୟମରେ ପୂରଣ କରାଯାଉ, କେନ୍ଦୁପତ୍ର ବଜେଟରେ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଉ
ଆଦି ଦାବିରେ ଉଲ୍ଲେଖ କରାଯାଇଛି। ଏହି ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ମାଲକାନଗିରି କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣାରେ ସଂପାଦକ ରାମ ମାଢି, କୃତ୍ତିକ ନାୟକ,ଭବତୋଷ ମଣ୍ଡଳ ପ୍ରମୁଖ ନେତୃତ୍ୱ ନେଇଥିବା ଜଣାପଡ଼ିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.