ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଜନସାଧାରଣ ଏବଂ ଜନପ୍ରତିନିଧି। ବ୍ଲକ ସମ୍ମୁଖରେ ଗଣଧାରଣା।
ବୋଲଗଡ଼,୧୦/୨(ପିପିଟି): ବୋଲଗଡ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ବିଡିଓ ସୁମନ ସୁଧା କୁଣ୍ଡୁ କରିଥିଲେ ଅବହେଳା। ଜନପ୍ରତିନିଧି ଭାବେ ବିଧାୟକଙ୍କୁ ବି କରିଥିଲେ ଅସମ୍ମାନ ଘଟଣାରୁ ପ୍ରକାଶ ଗତ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୋଲଗଡ଼ ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁ ବୋଲଗଡ ବାମନ ହାଇସ୍କୁଲ ପଡିଆରେ ଦୀର୍ଘବର୍ଷ ହେବ ଚାଲିଆସୁଥିବା ସମ୍ମିଳିତ ପ୍ୟାରେଡ ଉତ୍ସବ ବନ୍ଦ ସହିତ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଧାୟକଙ୍କୁ ଅସମ୍ମାନ କରିଥିଲେ। ଯାହାକୁ ନେଇ ବୋଲଗଡ଼ ଅଞ୍ଚଳର ସ୍ୱାଭିମାନ ପ୍ରତି କୁଠାରଘାତ ଭାବେ ବିବେଚନା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସନସାଧରଣ । ତେବେ ଏ ନେଇ ଶତାଧିକ ବୋଲଗଡବାସୀ ଏକତ୍ରିତ ହୋଇ ବୋଲଗଡ ଥାନାରେ ବିଡ଼ିଓଙ୍କ ଏପରି ମନମାନି ବିରୋଧରେ ଏତଲା ଦିଆଯିବା ସହିତ ବିଡିଓ ଙ୍କ ବିରୋଧରେ ୭ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ସାତ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ହଜାର ହଜାର ଜନସାଧାରଣ ଏବଂ ଜନପ୍ରତିନିଧି ମାନେ ବୋଲଗଡ଼ ଗୋପବନ୍ଧୁ ଛକଠାରୁ ଏକ ବିଶାଳ ରାଲିରେ ବ୍ଲକ ସମ୍ମୁଖରେ ପହଞ୍ଚିଛନ୍ତି ।
ତୁରନ୍ତ ସରକାର ବିଡ଼ିଓ ଙ୍କୁ ଏହିଠାରୁ ବଦଳି କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ବିଡିଓଙ୍କୁ ଏଠାରୁ ବଦଳି କରା ନ ଯାଇଛି ସେ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଗଣଧାରଣା ଚାଲିବ ବୋଲି କୁହାଯାଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।