ବ୍ରିଲିଆଣ୍ଟ୍ ହାଇସ୍କୁଲ୍ ପୋଲସରାର ୩ୟ ବାର୍ଷିକ ସମାବର୍ତ୍ତନ ଉତ୍ସବ।

0 231

ପୋଲସରା ,୧୦/୦୨(ପିପିଟି) : ପୋଲସରା ପୌରପରିଷଦ ଦାସରଥୀ ନଗର ସ୍ଥିତ ବ୍ରିଲିଆଣ୍ଟ୍ ହାଇସ୍କୁଲର ତୃତୀୟ ସମାବର୍ତ୍ତନ ଉତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ସଭାପତି ତଥା ଆଇନଜୀବୀ ବ୍ରଜେନ୍ଦ୍ର ସାହୁଙ୍କ ସଭାପତିତ୍ଵ ଏବଂ ପ୍ରତିଷ୍ଠାତା ଗିରିଜା ଶଙ୍କର ମିଶ୍ରଙ୍କ ସମ୍ପାଦନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ସତ୍ୟ ନାରାୟଣ ମିଶ୍ର (ଅଧ୍ୟକ୍ଷ, ସମ୍ରାଟ ମହାବିଦ୍ୟାଳୟ, ବ୍ରହ୍ମପୁର), ମୁଖ୍ୟବକ୍ତା ନିରଞ୍ଜନ ରାଉତ (ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ପୋଲସରା) ଏବଂ ଅମିତା ମିଶ୍ର ଅନୁଷ୍ଠାନର ସମ୍ପାଦିକା, ରଶ୍ମିତା ପାଣିଗ୍ରାହୀ, (ଅଧ୍ୟାପିକା ଉଦ୍ଭିଦ ବିଜ୍ଞାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବର୍ତ୍ତିନୀ), ପିଙ୍କି ପ୍ରଧାନ (ଅଧ୍ୟାପିକା, କମ୍ପ୍ୟୁଟର ବିଜ୍ଞାନ, ବିଜ୍ଞାନ ମହାବିଦ୍ୟାଳୟ, ପୋଲସରା), ସୂର୍ଯ୍ୟନାରାୟଣ ପାଢ଼ୀ (ସମ୍ପାଦକ, ଓ ଇନ୍ଦ୍ରଜିତ ବିଷୋୟୀ ଅଧ୍ୟକ୍ଷ ଶଶିକଳା ମହାବିଦ୍ୟାଳୟ, ଚିରିକିପଡ଼ାଶାସନ), ଚିତ୍ରସେନ ସାହୁ ଉପାଧ୍ୟକ୍ଷ, ମନୋରଞ୍ଜନ ବେହେରା ଉପଦେଷ୍ଟା ଓ ନୀଳମାଧବ ରାଉତ ସହ-ସମ୍ପାଦକ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ବେଦମନ୍ତ୍ର ପାଠ ମଧ୍ୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଭୋଗ ଅର୍ପଣ କରିବାସହ ଶୁଭ ଉଦ୍‌ଘାଟନ କରିଥିଲେ। ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ବିବରଣୀ ଅଧ୍ୟକ୍ଷା ବନ୍ଦନା ହୋତା ପାଠ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ସମସ୍ତ ମଞ୍ଚାସିନ ଅତିଥିବୃନ୍ଦଙ୍କୁ ପାରମ୍ପରିକ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍” ସାମୂହିକଭାବେ ସମ୍ମାନ ପ୍ରଦର୍ଶନ ପୂର୍ବକ ସମସ୍ତେ ଦଣ୍ଡାୟମାନହୋଇ ଗାନ କରିଥିବାବେଳେ କୁନି କୁନି ଛାତ୍ରୀମାନେ “ଭଗବତ ଗୀତା ଶ୍ଳୋକ” ପାଠ କରି ନିଜର ବୌଦ୍ଧିକ ଜ୍ଞାନ ଦ୍ଵାରା ସମସ୍ତଙ୍କଠାରୁ କରତାଳି ମାଧ୍ୟମରେ ଭୂୟଁଶି ପ୍ରଶଂସା ସାଉଁଟିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ଅଭିଭାଷଣ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ମାର୍ଗଦର୍ଶନ ଦେଇଥିଲେ।ପରେ ମୁଖ୍ୟଅତିଥି ଉକ୍ତ ଅନୁଷ୍ଠାନର ଶିକ୍ଷାକ୍ଷେତ୍ରରେ ଉନ୍ନତ ଶିଖରରେ ପହଞ୍ଚାଇବାକୁ ନିଜ ସମ୍ରାଟ ମହାବିଦ୍ୟାଳୟ ତରଫରୁ ଏକ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବାକୁ ସବୁପ୍ରକାର ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଘୋଷଣା କରିଥିଲେ।ଯାହାକୁ ଉପସ୍ଥିତ ସମସ୍ତ ବ୍ୟକ୍ତିବୃନ୍ଦ କରତାଳି ଦେଇ ସ୍ବାଗତ କରିଥିବା ବେଳେ ବ୍ରିଲିଏଣ୍ଟ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜ ପ୍ରତିଭା ଦ୍ଵାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ଲେ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ କୃତୀତ୍ଵ ଛାତ୍ରଛାତ୍ରୀମାନଙ୍କୁ ପ୍ରସ°ଶାପତ୍ର ସହିତ ଟ୍ରଫି ପ୍ରଦକ ମଞ୍ଚାସିନ ସମସ୍ତ ଅତିଥିବୃନ୍ଦଙ୍କ ଦ୍ବାରା ଅଭିଭାବକମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ପରେ ବିଶିଷ୍ଟ ଜାଦୁକର ଜିତେନ୍ଦ୍ର କୁମାର ନିଜର ଅଦ୍ଭୂତ ଜାଦୁକଳା ପ୍ରଦର୍ଶନ କରି ସମସ୍ତଙ୍କୁ ବିମୋହିତ କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ଶିକ୍ଷାପ୍ରଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉପଭୋଗ କରୁଥିବା ସମସ୍ତ ଅତିଥିବୃନ୍ଦଙ୍କ ଠାରୁ ଭୂରି ଭୂରି ପ୍ରସ°ଶା ସାଉଁଟିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟ ସମସ୍ତ ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟା ଏବଂ ଟ୍ରଷ୍ଟର ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.