ବୃତ୍ତି ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ।

0 207

କୋଦଳା,୦୨/୦୨(ପିପିଟି):ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଫୁ୍ଜ଼ନ ଫାଇନାନ୍ସ କମ୍ପାନୀ ସହଯୋଗରେ ବୃତ୍ତି ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ସ୍ଥାପକ ସଚିବ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ଯକ୍ଷ ଡଃ ଦତରାମ ବିଷୋୟୀ ଅଧକ୍ଷତା କରି ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଶିକ୍ଷାମୂଳକ ପଦକ୍ଷେପକୁ ଭୁରି ପ୍ରଶଂସା କରିଥିଲେ । କମ୍ପାନୀର ଆଞ୍ଚଳିକ ପ୍ରାବନ୍ଧିକ ଇପ୍ସିତ ବିଶ୍ୱଜିତ ହରିଚନ୍ଦନ ଓ ମଣ୍ଡଳ ପ୍ରବନ୍ଧକ ଟୁକୁନା ପାତ୍ର କାର୍ଯ୍ୟକର୍ମରେ ଉପସ୍ଥିତରହି ଛାତ୍ରଛାତ୍ରୀଙ୍କୁ ଉତ୍ସIହିତ କରିବା ସହିତ ୩୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବୃତ୍ତି,ପ୍ରମାଣପତ୍ର ଓ ବ୍ୟାଗ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଓ ଛାତ୍ର ଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଉଲ୍ଲେଖନୀୟ ଥିଲା । ବିଦ୍ୟାଳୟ ପକ୍ଷରୁ ଶିକ୍ଷୟିତ୍ରୀ ଦେବଶ୍ରୀ ଦେବସ୍ମିତା କେଶରୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ଭାବଗ୍ରାହୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.