ବେତାରସିଙ୍ଗି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

0 172

ପୋଲସରା,୩୦/୦୧ (ପିପିଟି): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବେତାରସିଙ୍ଗି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ପାଢ଼ୀ, ମୁଖ୍ୟବକ୍ତା ଭାବେ ସି.ଆର.ସି.ସି ସୁଶାନ୍ତ କୁମାର ସେଠୀ ଅଂଶଗ୍ରହଣ କରିଥିବା ସମେତ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ୱାଇଁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପ୍ରଧାନ,ଗ୍ରାମ କମିଟି ସଦସ୍ୟ ସୁଶାନ୍ତ କୁମାର ଜେନା,ଭଜରାମ ସ୍ୱାଇଁ,ସାହିତ୍ୟିକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା ଏବଂ କମିଟି ସଭ୍ୟ ସଭ୍ୟା ପ୍ରମୁଖ ମଞ୍ଚାସୀନ କରିଥିଲେ । ସର୍ବପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଫୋଟଚିତ୍ରରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.ଅରବିନ୍ଦ ପାତ୍ର,ଭଗବାନ ସ୍ୱାଇଁ,ରାକେଶ କୁମାର ଦାଶ,ମହେଶ୍ୱର ବିଷୋୟୀ ପ୍ରମୁଖ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ସହ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ଅଭିଭାବକ ଏବଂ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.