ଭଞ୍ଜନଗର, ୨୭/୦୧(ପିପିଟି ):ଭଞ୍ଜନଗର ଭେଜିପୁଟ ମୁଖ୍ୟ ଡାକଘର ତରଫରୁ ଗତ ୩୫ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା ଆଡମ୍ବର ସହକାରେ ପାଳନ କରାଯାଉଛି। ଚଳିତ ବର୍ଷ ପବିତ୍ର ଶ୍ରୀପଞ୍ଚମୀ ଠାରୁ ସରସ୍ୱତୀ ପୂଜା ଆରମ୍ଭ ହୋଇ ରବିବାର ମାଆଙ୍କର ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷ ଦିବସରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଝୁମି ଉଠିଥିଲେ।ଡାକ ବିଭାଗ ଅଧିକାରୀ ସୁମନ ସଙ୍ଗୀତ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗ ଅଧିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦିଲୀପ ବେହେରା,ସମ୍ମାନିତ ଅତିଥି ରୂପେ ଜ୍ୟୋସ୍ନା ବେହେରା,ସଭାପତି ଜିତେନ୍ଦ୍ର ସ୍ୱାଇଁ ଯୋଗ ଦେଇ ସ୍ଥାନୀୟ କଳାକାରଙ୍କ ନୃତ୍ୟକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା ସହ ବେଶ ପ୍ରଶଂସା କରିଥିଲେ।ପୂଜା କାର୍ଯ୍ୟରେ ମକରଧ୍ୱଜ ସୋରେନ,ମହେଶ୍ୱର ବିଷୋୟୀ, ଗାୟତ୍ରୀ ତ୍ରିପାଠୀ,ସୁନାରାମ ମାରାଣ୍ଡି, ବିଦ୍ୟାଧର ସାହୁ,ଦୁତିକୃଷ୍ଣ ନାୟକ,ଡେପୁଟି ପୋଷ୍ଟ ମାଷ୍ଟର ମିହିର ପଟ୍ଟନାୟକ,ଶମ୍ଭୁ ତ୍ରିପାଠୀ,ସମୀର ଶବର, ସନ୍ତୋଷ ବେହେରା,ରୋଜାଳିନ ଆଚାର୍ଯ୍ୟ, ବିଜୟ ପଣ୍ଡା,ବସନ୍ତ ମହାରଣା, ଗୀତା ମହାରଣା,ମିହିର ମହାରଣା,ରାଜେଶ ଓ ଶେର ସିଂ ସମେତ ଅନ୍ୟମାନେ ସହଯୋଗ କରିଥିଲେ।ବର୍ଷକୁ ଥରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଭଞ୍ଜନଗର ମୁଖ୍ୟ ଡାକଘର ଅଧିନରେ ଥିବା ସମସ୍ତ ଶାଖା ଓ ଉପ ଡ଼ାକଘର ଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)