କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କୁମ୍ବିଂ ଅପରେସନ ଜୋରଦାର ।

0 235

କନ୍ଧମାଳ,୨୨/୦୧(ପିପିଟି): ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍‌, ବିଏସଏଫ୍‌ ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପେରସନକୁ ତୀବ୍ର କରାଯାଇଛି । ଗୁରୁବାର ସକାଳୁ ଜିଲ୍ଲା ପୁଲିସ ର ଏସଓଜି, ଡିଭିଏଫ୍‌ ଏବଂ ସିଆରପିଏଫର ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କୁମ୍ବିଂ ଅପେରସନ ଆରମ୍ଭ କରିଛନ୍ତି । ମିଳିତ ଟିମକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ଜଙ୍ଗଲରେ ମିଳିତ ଟିମ ଏକ ମାଓ କ୍ୟାମ୍ପକୁ ଠାବ କରିଛି ଏବଂ କ୍ୟାମ୍ପରୁ ବହୁ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ମାଓ ସାମଗ୍ରୀ ମଧ୍ୟରେ ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି। ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ମିଳିତ ଟିମ ଏବେ ମଧ୍ୟ କୁମ୍ବିଂ ଅପେରସନ କୁ ଜାରି ରଖିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.