ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଅବସରରେ ଦେଶପ୍ରେମ ମହୋତ୍ସବ- ୨୦୨୬ ଉଦଘାଟିତ।

0 281

ଭୁବନେଶ୍ୱର,୨୧/୦୧(ପିପିଟି): ଭାରତ ବର୍ଷର ସ୍ଵାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୩୦ ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଦ୍ଵାରା ପ୍ରତିଷ୍ଠିତ ଦଳ ଆଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଓ ଆଜାଦ ହିନ୍ଦ୍ ବାହିନୀ ପକ୍ଷରୁ ୨୧ ରୁ ୨୩ ଜାନୁଆରୀ ତିନି ଦିିନ ବ୍ୟାପୀ ଦେଶପ୍ରେମ ମହୋତ୍ସବ-୨୦୨୬ ଭାବରେ ପାଳନ କରାଯାଉଅଛି। ଆଜି ଭୁବନେଶ୍ୱର ୟୁନିଟ ୬ ସ୍ଥିତ ନେତାଜୀ ଭବନ ପରିସରରେ ଏହି ସମାରୋହରେ ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫରୱାର୍ଡ ବ୍ଲକ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ ଢେଙ୍କାନାଳର ମହିଳା ଶ୍ରମିକ ନିରୁପମା ରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ର ପୂର୍ବତନ ଜାତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ କମ୍ରେଡ ଦେବବ୍ରତ ବିଶ୍ୱାସ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦେଶପ୍ରେମର ପଟାନ୍ତର ନାହିଁ। ତାଙ୍କର ବେଶାଲିସ ମାନସିକତା କାରଣରୁ ତାଙ୍କ ନେତୃତ୍ୱରେ ଦେଶକୁ ସ୍ଵାଧୀନ କରିବା ପାଇଁ ଆଜାଦ ହିନ୍ଦ୍ ସରକାର ଓ ଆଜାଦ ହିନ୍ଦ୍ ଫୌଜ ଗଠିତ ହୋଇଥିଲା। ଆଜି ଆମ ଦେଶ କର୍ପୋରେଟମାନଙ୍କ ନିୟନ୍ତ୍ରଣକୁ ଚାଲିଗଲାଣି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଶାସନରେ ଥିବା ସରକାରଙ୍କ କର୍ପୋରେଟ ସପକ୍ଷ ବାଦୀ ନୀତି କାରଣରୁ ଭାରତ ବର୍ଷର ଜନଗଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଜଣ ପ୍ରତିନିଧିମାନେ ଭାରତର ସଂସଦରେ ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଆଇନକୁ ପ୍ରଣୟନ କରି ଭାରତ ବର୍ଷକୁ ପରାଧିନତା ଆଡକୁ ଟାଣି ନେଉଛନ୍ତି। ଏହା ବିରୋଧରେ ନେତାଜୀଙ୍କର ଅନୁଗାମୀମାନେ ନେତାଜୀଙ୍କ ଢାଞ୍ଚାରେ ଆଉ ଏକ ସ୍ଵାଧୀନତା ସଂଗ୍ରାମ ଲଢ଼ିବା ପାଇଁ ପ୍ରସ୍ତୁତ ହେବାକୁ ନିଜ ବକ୍ତବ୍ୟରେ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ ଓ ସୁରେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଆମ ଦେଶ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେଉଛି। ଧର୍ମ, ଜାତି ନାମରେ ମଣିଷକୁ ଭାଗ ଭାଗ କରି ଶାସକ ଶ୍ରେଣୀ ନିଜସ୍ୱ ସ୍ବାର୍ଥ ସାଧନ କରିବାକୁ ବ୍ୟସ୍ତ । ତାହା ବିରୋଧରେ ଦେଶର ସଚେତନ ନାଗରିକ ଭାବରେ ନେତାଜୀଙ୍କ ଅନୁଗାମୀମାନେ ସଂଗ୍ରାମ ଜାରିରଖିବାକୁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢି,ରାଜ୍ୟ ସମ୍ପାଦିକା କମଳା ସାହୁ, ଆଜାଦ ହିନ୍ଦ ବାହିନୀର ରାଜ୍ୟ ସଂଯୋଜିକା ଲଷ୍ମୀ ଦୋରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଅପରାହ୍ନରେ ଅତିଥି ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ବରିଷ୍ଠ ସାମାଜିକ କର୍ମୀ ଚକ୍ରଧର ପ୍ରଧାନ ଅତିଥି ଭାବରେ ଯୋଗଦେଇ ନେତାଜୀଙ୍କ ପ୍ରଦର୍ଶିତ ଚାରୋଟି ମାର୍ଗ ଏକତା, ବିଶ୍ୱାସ, ବଳିଦାନ ଏବଂ ପ୍ରେମ ର ମହାମନ୍ତ୍ରରେ ରାଜ୍ୟର ଯୁବବର୍ଗ ଅନୁପ୍ରାଣିତ ହୋଇ ରାଜ୍ୟ ଓ ଦେଶ ବାସୀଙ୍କୁ ଵିପ୍ପତ୍ତି ରୁ ରକ୍ଷା କରିବାକୁ ଆହ୍ବାନ କରିଥିଲେ। ସନ୍ଧ୍ୟାରେ ଧୁର୍ତିମୟ ବେହେରା,ଜସ୍ମିନି ରାୟ,ସତ୍ୟବ୍ରତ ପଣ୍ଡାଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦେଶପ୍ରେମ ମହୋତ୍ସବ କାର୍ଯ୍ୟକ୍ରମକୁ ଫରୱାର୍ଡ଼ ବ୍ଲକର ରାଜ୍ୟ ନେତା ସୁଶାନ୍ତ ସୁନା,ଦିଶା ଆଜାଦ,ରିଙ୍କି ସାହୁ,ରାଜୁ ମାଡକାମୀ,ସନ୍ତୋଷ ଯତି,ଇଜନ ବଜ୍ଜ,ମୀରାମ୍ବିକା ସାହୁ,ରଜନୀ ବାରିକ,ଈଶ୍ୱର ଖିଲ,ଛବିନ୍ଦ୍ର ଖିଲ ପର୍ଯ୍ୟନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.