ଫାସିଓଦା ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି ଉଦଘାଟିତ l

0 76

ବୋଲଗଡ,୧୭/୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ସେବା ସମବାୟ ସମିତି ଲିଃ ପରିସରରେ ଆଜି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ସମବାୟ ସମିତିର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ। ଧାନମଣ୍ଡି ଉଦଘାଟନୀ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କାର୍ଯ୍ୟନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଓ ସମ୍ମାନିତ ଅତିଥିଭାବେ ସେବା ସମବାୟ ସମିତି ଲିଃର ସଭାପତି ବାସୁଦେବ ସାମନ୍ତରାୟ,ବ୍ୟାଙ୍କ ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଧାନମଣ୍ଡି ଉଦଘାଟିନ କରିଥିଲେ l ସେବା ସମବାୟ ସମିତି ଲିଃର ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଟ.୨୩୬୯ ଅନୁଯାୟୀ ଚାଷୀମାନେ ସେମାନଙ୍କ ଧାନ ବିକ୍ରିୟ କରିପାରିବେ ବୋଲି କାର୍ଯ୍ୟ ନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଘୋଷଣା କରିଥିଲେ l ଫାସିଓଦା ସେବା ସମବାୟ ସମିତି ଲିଃ ପକ୍ଷରୁ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମଗାର ଏବଂ ଧାନ ଓଜନ ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି ବୋଲି ସମବାୟ ସମିତି ଲିଃର ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର ମତ ପ୍ରକାଶ କରିଥିଲେ l କେତେକ ଚାଷୀମାନେ ଧାନମଣ୍ଡି ଟୋକନ ପାଇବାରେ ବିଳମ୍ବ ଓ ମିଲରଙ୍କ ଗାଡ଼ି ଆସିବା ନେଇ ଆଶଙ୍କା ରହି ଅଛି ବୋଲି ସେବା ସମବାୟ ସମିତି ଲିଃ ର ସଭାପତି ବାସୁଦେବ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଥିଲେ l “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ଓ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.