ପୋଲସରା ,୧୫/୦୧(ପିପିଟି) :ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ ଏବଂ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗା, ପି.ଏମ୍.ଶ୍ରୀ. ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସଡଙ୍ଗି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ୍ଫ ବଢ଼େଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବିତା ପଣ୍ଡା, କାଉନସିଲର ସୁକାନ୍ତି ସାହୁ ଓ ମନ୍ତ୍ରୀଙ୍କ ପିଏସ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହେବା, ଉତ୍ତମ ଚରିତ୍ର ଗଠନ, ପ୍ରତିଯୋଗିତା ମୂଳକ ଭାବରେ କଠିନ ପରିଶ୍ରମ ମାଧ୍ୟମରେ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ବାର୍ଷିକ ଉତ୍ସବ ଏବଂ ବାର୍ଷିକ ଉତ୍ସବ ଏବଂ ବାର୍ଷିକ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାୟ ୧୬୦ ଜଣ କୃତିଛାତ୍ରୀମାନଙ୍କୁ ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରଶଂସାପତ୍ର ସହିତ ଟ୍ରଫି ଓ ପଦକ ବଣ୍ଟନ କରାଯାଇଥିଲା। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟରେ ମୋଟ୍ ୪୩୧ ଜଣ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରୀମାନଙ୍କ ସକାଶେ ଖେଳପଡିଆ, ପିଇବାସ୍ୱଚ୍ଛ ପାଣିର ବ୍ୟବସ୍ଥା ନଥିବା ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତିକୁ ନେଇ ମୁଖ୍ୟଅତିଥି ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସଭାକାର୍ଯ୍ୟ ପରିଚାଳନା ଶିକ୍ଷୟିତ୍ରୀ ଲିଳାବତୀ ବେହେରା ଏବଂ ଅତିଥି ପରିଚୟ ପ୍ରଦାନ ଶିକ୍ଷକ ମିଥୁନ ରାଉତ କରିଥିଲେ। ଶେଷରେ ଶିକ୍ଷକ ନିରଞ୍ଜନ ଦୀକ୍ଷିତ ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରୀମାନେ ନିଜର କଳା ଦ୍ୱାରା ଅନେକ ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିବୃନ୍ଦଙ୍କ ସମେତ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା