ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉତ୍ସବ ପାଳିତ ।

0 219

ଛତ୍ରପୁର,୧୩/୦୧(ପିପିଟି):ଚଳିତ ବର୍ଷ ସାରା ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ପାଳନ କରିବା ଲାଗି ରାଜ୍ୟ ସରକାର ସ୍ଥିର କରିଥିଲେ । ସେହି ଅବଲୋକନରେ ଗଞ୍ଜାମ ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ପ୍ରତେକ ବିଭାଜନ ଯଥା ବୃହତ ଏବଂ ମଧ୍ୟମ ଜଳ ସେଚନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ବୃହତ ଉଠା ଜଳସେଚନ ତରଫରୁ ଜାନୁଆରୀ ୬ ତାରିଖରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି । ଜଳସମ୍ପଦ ବିଭାଗ ତରଫରୁ ବ୍ୟାପକ ଜନସଚେତନତା ଲାଗି ସଚେତନତା ବାର୍ତ୍ତା ବହନ କରିଥିବା ପାଣି ପଞ୍ଚାୟତ ରଥ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଙ୍କ ଦ୍ଵାରା ଉଦଘାଟନ କରାଯାଇ ଜିଲ୍ଲାର ପ୍ରତେକ ବ୍ଲକ ପରିଭ୍ରମଣ କରି ଜାନୁଆରୀ ୧୩ ତାରିଖରେ ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ପହଞ୍ଚିବା ପରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
କୃଷି ସହ ସଂଯୋଜିତ ପ୍ରତେକ ବିଭାଗକୁ ଓ ଅଗ୍ରଣୀ ଚାଷୀଭାଇ ମାନଙ୍କୁ ଏହି ଉତ୍ସବରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଖାଦ୍ୟ,ଫୁଲ,ମାଛ, ଚାଷ ଉପକରଣ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ଓ ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଏସ୍. ରାଜେଶ୍ୱରୀ ଦୋରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ ଓ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ଗଙ୍ଗାଧର ଦାସ,ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ନଳିନୀ କାନ୍ତ ପଣ୍ଡା,ମୃତ୍ୟଞ୍ଜୟ ସାହୁ,ରବୀନ୍ଦ୍ର ନାହାକ, ମଧୁସୂଦନ ଦାସ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.