ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକୋତ୍ସବ ।

0 178

ହିଞ୍ଜିଳିକାଟୁ ,୧୨/୦୧ (ପିପିଟି):ଶିକ୍ଷା ଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ହିଞିଳିକଟୁର ୩୬ତମ ବାର୍ଷିକୋତ୍ସବ ସୋମବାର ଏକ ଭବ୍ୟ ପରିବେଶରେ ପାଳିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଏ.ଶଙ୍କର ପ୍ରସାଦ ଆଚାରୀଙ୍କ ପୋୖରହିତରେ ମୂଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଶ୍ରୀ ଡ଼.ସିଦ୍ଧାନ୍ତ ମହାପାତ୍ର,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା,ଆସିକା ସାଂସଦ ପ୍ରତିନିଧି ତଥା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର,ମୁଖ୍ୟ ବକ୍ତା ଭାବେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ତଥା ବନବାସୀ କଲ୍ୟାଣ ଆଶ୍ରମ ଶ୍ରୀମାନ ବିଶ୍ଵାମିତ୍ର ମହାନ୍ତ ପ୍ରମୁଖ ଆତିଥ୍ୟ ଗ୍ରହଣ କରିଥିଲେ । ପ୍ରଧାନାଚାର୍ଯ୍ୟ ଚଣ୍ଡୀପ୍ରସାଦ ବେହେରା ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ତତ୍ ପରେ ଅତିଥି ବୃନ୍ଦ ଦୃଢ ନିଷ୍ଠା,ଉତମ ଅଧ୍ୟବସାୟ ଓ ଆତ୍ମପ୍ରତ୍ୟୟ ସହ ଗୁରୁଜି ଗୁରୁମାଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ ଅତିଥି ଶ୍ରୀ ମାହାପାତ୍ର ଜୟ ଜଗନ୍ନାଥ ମାହାପ୍ରଭୁଙ୍କ ପରିବାର ସମ୍ପର୍କ ଉପରେ କିଛି ମତ ଉପସ୍ଥାପନ କରିଥିଲେ ସବୁଠାରୁ ବଡ଼ ଧର୍ମ ରହିଛି ତାହା ହେଉଛି ପରିବାର। ଯେତେ ବେଳେ ଆମେ କାର୍ଯ୍ୟକ୍ରମ ଆରମ୍ଭରୁ ଜୟ ଜଗନ୍ନାଥ କହୁ ତାହାର ଧର୍ମ କଣ ହେଲା ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଜଗତର ନାଥ ଜଗତର ସ୍ୱାମୀ ଅର୍ଥାତ ଆମେ ସମସ୍ତେ ହେଉଛେ ବିଶ୍ୱ ବ୍ରହ୍ମାଣ୍ଡ ରେ ଯିଏ ଅଛନ୍ତି ।ସମସ୍ତେ ହେଉଛନ୍ତି ଗୋଟିଏ ପରିବାର ମତ ବ୍ୟକ୍ତ କରିବା ସହ କିଛି ସ୍ୱର ସଙ୍ଗୀତ ନିଜ କଣ୍ଠଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରେ ବିଦ୍ୟାଳୟରେ ଥିବା ଶିଶୁ ବାଟିକା ଉଦ୍ୟାନ ଓ ଗୃହକୁ ଶୁଭ ଦିଆଗଲା ତତ୍ ସହିତ ଛାତ୍ରଛାତ୍ରୀ ମାନଙ୍କୁ ପାଇଁ ଅତ୍ୟାଧୁନିକ ଏକ (ଆ.ରୋ) ଶୁଦ୍ଧ ପାନୀୟ ଜଳର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗିଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ପରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଉପଦେଷ୍ଟା ଦ୍ବିତୀକୃଷ୍ଣ ସାବତ,ଇ.ରାମପ୍ରସାଦ ପାତ୍ର, ଉପ ସଭାପତି ପ୍ରମୋଦ କୁମାର ପଣ୍ଡା,କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ସୁପ୍ରିୟା ଗୁପ୍ତା,ସଂଗୀତା ବେହେରା,ଦିବା ଅଧିବେଶନ ପ୍ରମୁଖ ସୁଶାନ୍ତ କୁମାର ବିଷୋୟୀ ବୌଦ୍ଧିକ ପରିଚାଳନା କରିଥିଲା ବେଳେ ଆଚର୍ଯ୍ୟ/ଆଚର୍ଯ୍ୟା,ସେବକ ଓ ସେବିକା ,ବାହାନ ଚାଳକ ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମଚାରୀ ସହଯୋଗ କରିଥିଲେ । ଏଥିରେ ସମସ୍ତ ଅଭିଭାବକ, ଅଭିଭାବିକା ଓ ଅନ୍ୟାନ୍ୟ କର୍ମଚାରୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.