ବେଗୁନିଆପଡା,୧୨/୦୧(ପିପିଟି):ବହୁ ପ୍ରତୀକ୍ଷ୍ୟା ର ଅନ୍ତ ଘଟିଲା, ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ ସେବା(ଲକ୍ଷ୍ମୀ), ଅଧ୍ୟାପକ,ଅଧ୍ୟାପିକା, ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ, ସୋମବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭହେଲା । କଲେଜ ପରିସରରେ ପହଞ୍ଚିବା ପରେ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, ଛାତ୍ର ଛାତ୍ରୀ,କର୍ମଚାରୀଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ବସ ସେବାକୁ ଉଦଘାଟନ କରିବା ସହିତ ଏହା ସମସ୍ତ ଛାତ୍ରଛାତ୍ରୀଙ୍କ ଗମନା ଗମନାର ସହାୟକ ହୋଇପାରିବ ବୋଲି କହିଥିଲେ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ଙ୍କ ଦାବୀ ଜିଲ୍ଲା ପ୍ରଶାସନ ଗ୍ରହଣ କରି ବସ୍ ସେବା ଯୋଗାଇ ଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଏକ ଖୁସିର ବାତାବରଣ ଖେଳିଯାଇଛି । ପ୍ରକାଶ ଥାଉକି ଦୀର୍ଘ ବର୍ଷ ଧରୀ କୋଦଳା କଲେଜକୁ “ମୁଖ୍ୟମନ୍ତ୍ରୀ ବସ ସେବା”ଚଳାଚଳ ଦାବି ହେଉଥିଲା ।
କୋଦଳା ବସଷ୍ଟାଣ୍ଡ ଠାରୁ ବହୁ ଦୂରରେ କଲେଜ,ଦୁଇଟି କଲେଜ ଗୋଟିଏ ଜାଗାରେ । ଆବଶ୍ୟକୀୟ ଭିତ୍ତିଭୂମି ସମେତ ସୁନ୍ଦର ପରିବେଶ ରେ ଗଢିଉଠିଛି ଦୁଇ ମହାବିଦ୍ୟାଳୟ କିନ୍ତୁ କୋଦଳା ବସଷ୍ଟାଣ୍ଡ ଠାରୁ କଲେଜ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଦୂରରେ ଅବସ୍ଥିତ । ଦୁଇ କଲେଜରେ ସମସ୍ତ ବିଭାଗ ରହିଛି ଓ ପାସ ହାର ବହୁତ ଭଲ ସ୍ନାତ୍ତକ ମହାବିଦ୍ୟାଳୟକୁ “ନାକ ବି ଗ୍ରେଡ଼ ର “ମାନ୍ୟତା ବି ମିଳିଛି । କେବଳ ବେଗୁନିଆପଡା ବ୍ଲକ, କୋଦଳା ଏନଏସି ନୁହଁ ବହୁ ଦୂର ଦୁରାନ୍ତରୁ ଛାତ୍ର ଛାତ୍ର ଏଠାରେ ଅଧ୍ୟୟନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ୩୬୦ ଛାତ୍ର ଛାତ୍ରୀ ଏବଂ ସ୍ନାତ୍ତକ ମହାବିଦ୍ୟାଳୟକୁ ୭୫୬ ଛାତ୍ର ଛାତ୍ରୀ ଅଧ୍ୟୟନ ପାଇଁ ଅଦ୍ୟାବଧି ଆସୁଛନ୍ତି । କିନ୍ତୁ ଛାତ୍ର ଛାତ୍ରୀ ନିଜ ନିଜ ଗ୍ରାମରୁ ବସ ଯୋଗେ କୋଦଳାରେ ପହଞ୍ଚି ଚାଲି ଚାଲି କଲେଜ ଆସନ୍ତି । ସେତେବେଳକୁ ଗୋଟିଏ କ୍ଲାସ କରିବା ମଧ୍ୟ ସମ୍ଭବ ପର ହେଉନାହିଁ ଏବଂ ଅଧିକା ନିସ୍ତବ୍ଧ ରାସ୍ତା ଏବଂ ବସ ଯାତାୟାତର ସମୟ ଚାଲିଯିବ ଭାବି ଛାତ୍ର ଛାତ୍ରୀ ମାନେ ଶେଷ କ୍ଲାସ ପର୍ଯ୍ୟନ୍ତ ରହିପାରୁ ନାହାଁନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଛାତ୍ର ଛାତ୍ରୀ ବହୁ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ,୧୨/୦୭/୨୦୨୫ ରେ ଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରଦାନ କରିଥିବା ବେଳେ କଲେଜ ପର୍ଯ୍ୟନ୍ତ ବସ ଚଳାଚଳ କରିବା ନିମନ୍ତେ କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ ୦୨/୦୬/୨୦୨୫ ଏବଂ ୦୫ /୦୮/୨୦୨୫ ରେ ମଧ୍ୟ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିବା ପ୍ରକାଶ କରିଥିଲେ ଏବଂ ୨୫/୦୮/୨୦୨୫ ସୋମବାର ବେଗୁନିଆପଡା ବ୍ଲକ ପରିସରରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ଶତାଧିକ ଛାତ୍ର ଛାତ୍ରୀ ପହଞ୍ଚି ନିଜର ଅନୁରୋଧ ଲିଖିତ ଦରଖାସ୍ତ ପତ୍ର ପ୍ରଦାନ କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳ କୋଦଳା ତହସିଲଦାରଙ୍କ ସହିତ ଆଲୋଚନା କରି ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଏହାର ଅନ୍ତ ଘଟିଛି କେବଳ କଲେଜ ନୁହଁ ଏହି ରାସ୍ତାଦେଇ ଯାଉଥିବା ହରିଜନ ସାହି,ନୁଆଁ ସାହି, ଭାଇଗାସାହି, ଗୌରଦେଇପୁର, କାକୁଡିଆପଡା ଏବଂ ପଠାଣ ସାହି ଜନସାଧାରଣ ମଧ୍ୟ ଏହି ସେବା ପାଇପାରିବେ,ଏହାକୁନେଇ ଆଜି ସ୍ଥାନୀୟ ଅଞ୍ଚଳ ରେ ଆନନ୍ଦ ଖେଳିଯାଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)