ବ୍ରେନ୍ ନେଟ୍ ବା ବିନା ଶଦ୍ଦରେ ଯୋଗା ଯୋଗ।

0 113

ବୋଲଗଡ଼,୧୩/୦୧(ପିପିଟି):ବିନା ଶବ୍ଦରେ ବି କରିହୁଏ ଯୋଗାଯୋଗ। ଆମ ଭାରତୀୟ ପୁରାଣ ବର୍ଣ୍ଣିତ ଅନୁଯାୟୀ ମୁନି ରୁଷି ମାନେ ଆଖିବୁଜି ଧ୍ୟାନ ବଳରେ ଅନ୍ୟ ମାନଙ୍କୁ ସ୍ମରଣ କରି ନିଜର ଭାବନା ଓ ବିଚାର ଆଦାନ ପ୍ରଦାନ କରିବା ସହିତ ସେମାନଙ୍କ ସହିତ କଥାବାର୍ତ୍ତା କରିପାରୁଥିଲେ। ଯାହାକି ଏବେ ବୈଜ୍ଞାନିକ ମାନେ ତାକୁ ଟେଲିପାଥି କହୁଛନ୍ତି। କୌଣସି ଶବ୍ଦ ପ୍ରୟୋଗ ବିନା ଯଦି ଜଣେ ଅନ୍ୟ ଜଣଙ୍କର ଭାବନା ପଢ଼ିପାରେ ବା ବିନା କୌଣସି ଯୋଗଯୋଗ ସତ୍ତ୍ୱେ ବି ଯଦି ପରସ୍ପର ପରସ୍ପରଙ୍କୁ ଏକକାଳୀନ ମନେ ପକାଉଥାନ୍ତି ତେବେ ଆମେ ତାହାକୁ ବିଜ୍ଞାନ ଭାଷାରେ ଟେଲିପାଥି ବୋଲି କହିଥାଉ।ବାସ୍ତବରେ ଆମ ଜୀବନ ଉପରେ ଟେଲିପାଥିର ପ୍ରଭାବ ରହିଛି। ଏହା ଗୋଟାଏ ମସ୍ତିଷ୍କର ଆଉ ଏକ ମସ୍ତିଷ୍କ ସହ ଯୋଗାଯୋଗ। ବିଷେଶଜ୍ଞମାନେ ମତ ଦେଇଛନ୍ତି ଯେ ଟେଲିପାଥି ଅଚାନକ ହୁଏ। ବେଳେ ବେଳେ ନିକଟରେ ଥିବା ଲୋକର ମନ କଥା ପଢ଼ିଦେବା ବି ଏକ ପ୍ରକାରର ଟେଲିପାଥି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅନେକ ଦୂରରେ ରହି ବି ବେଳେ ବେଳେ ଜଣଙ୍କ ମନ କଥା ଆଉ ଜଣଙ୍କ ପାଖରେ ପହଞ୍ଚି ପାରିଥାଏ। ତାହା ମସ୍ତିଷ୍କ ତରଙ୍ଗ ପ୍ରଭାବରେ ହୋଇଥାଏ। ଯେପରି ବର୍ତ୍ତମାନର ମୋବାଇଲ ଫୋନ୍ କଲ୍‌ ପାଇଁ ତରଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠିକ୍‌ ସେହିପରି ଟେଲିପାଥି ବି ଏକ ତରଙ୍ଗ କରାଉଥାଏ। ବେଳେ ବେଳେ କୌଣସି ନିର୍ଦ୍ଦିଷ୍ଟ କଥା ଏକାକାଳୀନ ଦୁଇ ଜଣଙ୍କ ମନରେ ଚାଲିଥାଏ। ତାହା ଅଚିହ୍ନା ଶକ୍ତିର ତରଙ୍ଗ ଦ୍ୱାରା ଘଟୁଛି ବୋଲି ଗବେଷକ ମାନେ କହିଥାନ୍ତି । ଜେକେ ରୋଲିଂଙ୍କ ‘ହ୍ୟାରି ପୋଟର’ ଉପନ୍ୟାସରେ ଟେଲିପାଥିକୁ ଏକ ଯାଦୁଗରୀ ଦକ୍ଷତା ବୋଲି  ଉଲ୍ଳେଖ କରାଯାଇଛି। ସରଳ ଭାଷାରେ କହିବାକୁ ଗଲେ ଟେଲିପାଥୀ ଦ୍ୱାରା ସନ୍ଦେଶ ପଠାଉଥିବା ବ୍ୟକ୍ତି ଏବଂ ଗ୍ରହଣ କରୁଥିବା ବ୍ୟକ୍ତି ମାନସିକ ସ୍ତରରେ ମନ ଶାନ୍ତ ଥିଲେ ଯାଇ ଏହି ପ୍ରୟୋଗ ସଫଳ ହୋଇଥାଏ।
ଏପରିକି ରାମାୟଣ ଓ ମହାଭାରତ ଯୁଗରେ ବି ଆମ ସଂସ୍କୃତିରେ ବିଜ୍ଞାନ ବହୁତ ଅଗ୍ରଗତି ଘଟିଥିଲା। ନିଶ୍ଚିତ ରୁପେ ଆମ ମହାନ ସଂସ୍କୃତି ପାଇଁ ଗର୍ବ କରିବା ଉଚିତ୍।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.