ରାମ ଧନୁକୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା ।

0 255

ବେଲଗୁଣ୍ଠା,୧୧/୦୧(ପିପିଟି):ରାଉଲକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ରାମ ଧନୁ ଶନିବାର ରାତ୍ର ନଅ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ଠାରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାମଧନୁ ପହଞ୍ଚିବା ପରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ସୋରଡ଼ା ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଆମ୍ବପୁଆ ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ପୂର୍ବତନ ସମିତିସଭ୍ୟ କଂଗ୍ରେସ୍ ରାଉତ, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍ ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ତୋଫାନ ସାହୁ, ଶିବରାମ ଚୌଧୂରୀ, ବେଲଗୁଣ୍ଠା ନଗର ବିଜେପି ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରୀପାଠି, ବେଲଗୁଣ୍ଠା ନଗର ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର, ସରପଞ୍ଚ ଦୂର୍ଗା ମାଧବ ନାୟକ,ଯୁବ ସଂଗଠକ ମନ୍ମୟ ଖଟେଇ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ରାମ ଧନୁକୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଧନୁ ଗଜପତି, ବ୍ରହ୍ମପୁର ଦେଇ ଏଠାରେ ପହଞ୍ଚିଥିଲା । ଏହାକୁ ଗତ ଦୁଇ ତାରିଖରେ କେନ୍ଦ୍ରମନ୍ତ୍ରୀ ରାଉଲକେଲା ଠାରେ ସୁଭାରମ୍ଭ କରିବା ପରେ ଏହା ତିରିଶିଟି ଜିଲ୍ଲା ଦେଇ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏଠାରେ ଏହାକୁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଖାଯିବ । ଏହି ଧନୁକୁ ବାଜା ବଜାଇ, ବାଣ ଫୁଟାଇ ଏବଂ ମହିଳା ମାନେ ହୁଳହୁଳି ଦେଇ ଏହାକୁ ଚଢିଆପଲ୍ଲୀ ଗ୍ରାମ ପରିକ୍ରମା କରାଇଥିଲେ ।  ଗ୍ରାମର ସମସ୍ତେ ପୂର୍ଣ୍ଣ କୁମ୍ଭ ବାଢ଼ି ଏହାକୁ ସ୍ୱାଗତ କରିଥିଲେ । ରାତ୍ର ଦଶ ଘଣ୍ଟରେ ଏହା ଭଞ୍ଜନଗର ଦେଇ ଫୁଲବାଣୀ ଚାଲି ଯାଇଥିଲା । ଆସନ୍ତା ୨୨ ତାରିଖରେ ଏହି ଧନୁ ଅଯୋଧ୍ୟାରେ ପହଂଚିବାର କାଯ୍ୟକ୍ରମ ରହିଛି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.