ପୋଲସରା,୧୦/୦୧ (ପିପିଟି) :ଚଳିତ ମାସ ୯ ତାରିଖ ଶୁକ୍ରବାର ଦିନ ୠଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି ପୁରଣ ନେଇ ବିକ୍ଷୋଭ ଏଵଂ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା। ପୋଲସରା ଶାଖା ଆବାହକ ସିଦ୍ଧ ପ୍ରସାଦ ସାହୁ ଓ ପ୍ରମୋଦ ସ୍ୱାଇଁ ଉଭୟଙ୍କ ଆବାହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ କଟକ ମଜଦୁର ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଅତିଥି ମହାପାତ୍ର ଚଳିତ ବର୍ଷ ଚାଷୀଙ୍କ ଧାନମଣ୍ଡି ସମସ୍ୟା, ସାଙ୍ଗକୁ ଧାନ ବିକ୍ରିବେଳେ ମିଲର ମାନେ ଯେଉଁ ଓଜନରେ କଟନି ଛଟନି କରିବା ସହିତ ସରକାର ଯେଉଁଭଳି ଭାବେ ଅଣଦେଖା କରୁଛନ୍ତି ଏବଂ ଚାଷୀଙ୍କ ସମସ୍ୟାକୁ ସମ୍ମାନର ସହିତ ଗୁରୁତ୍ଵ ଦେଇ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ଇତ୍ୟାଦି ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ପରେ ୮ ଦଫା ଦାବିପତ୍ର ସହିତ ଶଶିଭୂଷଣ ମହାପାତ୍ରଙ୍କୁ ପଞ୍ଚାୟତରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ଉପସ୍ଥିତ ତହସିଲଦାର ଦୀପ୍ତିମୟୀ ମହାପାତ୍ରଙ୍କୁ ମଧ୍ୟ ଦାବିପତ୍ର ଦେବା ସହ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ସୁବିଧା ସକାଶେ କେତେକ ଭବନ ନିର୍ମାଣ କରିବାକୁ ଦାବି କରିଥିଲେ। କାର୍ଯ୍ୟକ୍ରମରେ ପୋଲସରା ଶାଖାର ସମସ୍ତ କର୍ମକର୍ତ୍ତା ଏବଂ ସମେତ ବହୁ ସଂଖ୍ୟାରେ କୃଷକମାନେ ଯୋଗଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା