ନିଶା ନିବାରଣ ଏଵଂ ସୁସ୍ଥ ଜୀବନ ଗଠନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ।

0 223

ବେଗୁନିଆପଡା,୦୮/୦୧(ପିପିଟି): ଗୁରୁବାର ପୂର୍ବାହ୍ନରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ କୋଦଳା ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ ନିଶା ନିବାରଣ ଏଵଂ ସୁସ୍ଥ ଜୀବନ ଗଠନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ୱରଞ୍ଜନ ବେହେରା ସଭାପତିତ୍ୱ କରି ନିଶା ସେବନ ମାନବ ସମାଜ ପାଇଁ ଗୋଟିଏ ବ୍ୟାଧି, ଭବିଷ୍ୟତ ଗଠନ ନିମନ୍ତେ ନିଶା ରୁ ଦୁରେଇ ରହିବା ଓ ପୁସ୍ତକ ପଠନର ଗୁରୁତ୍ୱ ସମ୍ପର୍କେ ବିଭିନ୍ନ ପ୍ରକାର ଉଦାହରଣ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ବିଚାରପତି ଶୋଭନ କୁମାର ପଣ୍ଡା,ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି ନିଶାର ପ୍ରଭାବ କେତେ ଯେ ଭୟଙ୍କର ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏପିପି ସୁବାଷ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ସହ ନିଶା ନିବାରଣ ଉପରେ ନିଜର ମତାମତ ରଖିଥିଲେ, ଅନ୍ୟତମ ଅତିଥି ବରିଷ୍ଠ ଆଇନଜୀବୀ ଜମିର ଅଲି ଖାନ,ପ୍ରଫୁଲ୍ଲ କୁମାର ମିଶ୍ର, ଭଗବାନ ହୋତା, ସାଧାରଣ ସମ୍ପାଦକ କୋଦଳା ଓକିଲ ସଂଘ ଭାସ୍କର ସ୍ୱାଇଁ, ଉପ ସଭାପତି ଅବନୀ ଶଙ୍କର ମିଶ୍ର, ଆଇନଜୀବୀ ମୀରାବାଇ ଦେଓ ଆଦି ନିଶାଗ୍ରହଣର ଅପକାରିତା ସମ୍ପର୍କେ ବିଶଦ ବକ୍ତବ୍ୟ ରଖିଥିଲେ । କୋଦଳାର ଆଇନଜୀବୀ ସଦସ୍ୟ ମାନସ କୁମାର ମିଶ୍ର, ନୀଳମଣି ପଣ୍ଡା,ଶଙ୍କର ପାଣିଗ୍ରାହୀ,ସମେତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ରଞ୍ଜୁବାଳା ନନ୍ଦ, ଏକାଡେମିକ ବର୍ସର ଅଧ୍ୟାପକ ବିନୋଦ କୁମାର ମିଶ୍ର, ଆକାଉଣ୍ଟ ବର୍ସର ଅଧ୍ୟାପକ ସାଗର ଚାନ୍ଦ ପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧ୍ୟାପକ,ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ବୃନ୍ଦ,ପୁରାତନ ଛାତ୍ର ତଥା ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବଡୁ,କୋର୍ଟ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇଥିଲା । ପରିଶେଷରେ ଇତିହାସ ବିଭାଗ ଅଧ୍ୟାପକ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.