ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ।

0 195

ବେଗୁନିଆପଡା,୦୭/୦୨(ପିପିଟି):କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଏବଂ ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ କ୍ୟାମ୍ପସ ସୃଷ୍ଟି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନର ସଂଯୋଜକ ଅଧ୍ୟାପକ ଭବାନୀ ଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଉକ୍ତ କାର୍ଯ୍ୟକ୍ରମର ସମ୍ପର୍କେ ଆଲୋକପାତ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଅଧ୍ୟାପିକା ରଞ୍ଜୁବାଳା ନନ୍ଦ, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଅଧ୍ୟାପକ ସପନ କୁମାର ଦାଶ, ଅଧ୍ୟାପକ ଆଲୋକ ଜେନା, ଅଧ୍ୟାପିକା ସୁଶ୍ରୀ ମନୀଷା ପଟ୍ଟନାୟକ ଆଦି ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନପାଇଁ ଛାତ୍ରଛାତ୍ରୀଙ୍କ ନିକଟରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଅଧ୍ୟାପିକ ସୁଶ୍ରୀ ପ୍ରିୟଦର୍ଶନୀ ସାହୁ ସହଯୋଗ କରିଥିଲେ । ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ଲିପୁନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.