ପୂର୍ବତନ ସରପଞ୍ଚ କାମଦେବ ପ୍ରଧାନଙ୍କ ସ୍ଵର୍ଗାରୋହଣ।

0 225

ପୋଲସରା ,୦୭/୦୧(ପିପିଟି):ପୋଲସରା ବ୍ଲକ୍ ଜାଗିଲି ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ସର୍ବ ପ୍ରଥମ ସରପଞ୍ଚ କାମଦେବ ପ୍ରଧାନଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ମିଳିଥିବା ସୂତ୍ରରୁ ଜଣାପଡିଛି ଯ,ସେ ଉକ୍ତ ଗ୍ରାମର ବଡ଼ସାହିର ବାସିନ୍ଦା ଥିଲେ। ୪ ବର୍ଷ ପୂର୍ବେ ତାଙ୍କର ପତ୍ନୀଙ୍କର ସ୍ଵର୍ଗାରୋହଣ ହୋଇଯାଇଛି। ତାଙ୍କର ତିନି ଜଣ ପୁତ୍ରଙ୍କ ମଧ୍ୟରୁ ୨ ଜଣ ବିବାହିତ ଥିବାବେଳେ ଜଣେ ଅବିବାହିତ ଅଛନ୍ତି। କାମଦେବଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପରିବାର ସଦସ୍ୟମାନେ ପୋଲସରା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡ଼ାକ୍ଟର ଚେକ୍ କରି କାମଦେବଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଜାଣିପାରି ବ୍ରହ୍ମପୁର ବଡ ମେଡିକାଲ (ଏମକେଶିଜି)କୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାରଲୋକେ ଆମ୍ବୁଲାନ୍ସରେ ବଡ ମେଡ଼ିକାଲକୁ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ମର ଶରୀରକୁ ଗାଁକୁ ଆଣି ବୈଦିକ ନୀତି ପ୍ରକାରେ ଗ୍ରାମ ସ୍ଥିତ ମଶାଣିରେ  ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ବେଳକୁ ଅନ୍ୟ ତିନି ଭାଇଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। କାମଦେବ ଜଣେ ଚାଷୀ ଥିଲେ। ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗଂଜାମ ଟାଇଗର ଭାବେ ପରିଚିତ ସ୍ଵର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଦୃଢ଼ ସମର୍ଥକ ଥିଲେ। ତାଙ୍କର ମୃତ୍ୟୁରେ ସମଗ୍ର ଜା.ଡେଙ୍ଗାପଦର ପଞ୍ଚାୟତ ସମେତ ଚାଷୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.