ବାରହା ଶିକାର ଅଭିଯୋଗରେ ୩ଗିରଫ।

0 298

ଭଞ୍ଜନଗର,୦୪/୦୧(ପିପିଟି):ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା ରୋଡ କନ୍ଧସାହି ନିକଟରୁ ପୋଲିସ ରବିବାର ଭୋର ସମୟରେ ମୃତ ବାରହା ସହ ୩ ଜଣ ଶିକାରୀଙ୍କୁ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି। ଏହାପରେ ବନ ବିଭାଗ ମୃତ ବାରହାର ବ୍ୟବଛେଦ କରିବା ସହ ବନ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଛି। ଘଟଣାରୁ ପ୍ରକାଶ ଯେ କିଛି ଯୁବକ ଲୋହରାଖଣ୍ଡି ନଦୀରେ ବାରହା ଶିକାର ପାଇଁ ବୋମାରେ ମାଂସ ଗୁଣ୍ଡ ବୋଳି ନଦୀରେ ବିଛାଇଥିଲେ। ଗୋଟିଏ ବାରହା ଉକ୍ତ ବୋମାକୁ ମାଂସ ଗୁଳା ଭାବି ଖାଇବା ପରେ ବୋମାଟି ହାଠାତ୍ ଫୁଟି ଯାଇଥିଲା। ଫଳରେ ବାରହାର ମୁହଁ ଫାଟି ଯିବା ସହ ସେଠାରେ ହିଁ ମୃତ୍ୟୁବରଣ କରିଥିଲା। ଏହାପରେ ଅଭିଯୁକ୍ତମାନେ ସକାଳ ସୁଦ୍ଧା ବାରହା ମାଂସକୁ କାଟି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ଚଢାଉ କରି ୩ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.