ବୋଲଗଡ଼,୦୨/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଭୂଆସୁଣୀପାଟଣା ଗାଁର ପ୍ରିୟବ୍ରତ ପରିଡା ସେ ଆଜି ସକାଳୁ ସାରୁଅ ନିକଟସ୍ଥ ଏକ କମ୍ପାନୀରୁ କାମସାରି ଫେରି ନିଜର ନିତ୍ୟକର୍ମ ପାଇଁ ପୋଖରୀ ଯାଉଥିବା ରାସ୍ତାରେ ପ୍ରବଳ କୁହୁଡିରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଉକ୍ତ ଯୁବକଙ୍କୁ ଦଳି ଦେଇ ଥିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । କୁହୁଡି ଛାଡିବା ପରେ ଲୋକମାନେ ଦେଖିଥିବା ବେଳେ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ସେପଟେ ଆଜିକୁ ଚାରିଦିନ ହେବ ବେଗୁନିଆ ଅଟ୍ରି, ସରଧାପୁର, ଭୂଆସୁଣୀପାଟଣା ଆଦି ଗାଁ ମାନଙ୍କରେ ଉତ୍ପାତ କରୁଛନ୍ତି। ତୁରନ୍ତ ବନ ବିଭାଗ ଏ ହାତୀକୁ ସ୍ଥାନାନ୍ତର ସହିତ ମୃତକର ଓ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି । ଘଟଣା ସ୍ଥଳରେ ବେଗୁନିଆ ଥାନା , ବନ ବିଭାଗ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ତାଙ୍କୁ ଜିଲ୍ଲା ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ପଠାଇଦେଇଛନ୍ତି । ଏ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପହଞ୍ଚି ମୃତକଙ୍କ ପରିବାର କୁ ସାନ୍ତ୍ବନା ଦେବା ସହ ସରକାରଙ୍କ ଅନୁକମ୍ପା ରାଶି ଏବଂ ବିଧାୟକ ଙ୍କ ନିଜସ୍ୱ ପାଣ୍ଠି ରୁ କ୍ଷତିପୂରଣ ତୁରନ୍ତ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।