ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଆତଙ୍କ ।

0 256

ଭଞ୍ଜନଗର, ୦୧/୦୧(ପିପିଟି ):ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ରାତି ଉଜାଗର ରହୁଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀ ମଧ୍ୟ ହାତୀ ଓ ମଣିଷ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। କର୍ମଚାରୀମାନେ ରାତି ତମାମ ଜଙ୍ଗଲରେ ପଇଁତରା ମାରୁଛନ୍ତି। ଏଥିସହ କିଛି ଜଙ୍ଗଲକୁ ନ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି।

ଅପରପକ୍ଷେ ଏନେଇ ଡି ଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବିଗତ କିଛି ଦିନ ହାତୀମାନେ ଲୋକଙ୍କ କିଛି କ୍ଷତି କରିନାହାନ୍ତି। ଜଙ୍ଗଲରେ ପ୍ରାୟ ହାତୀମାନେ ବର୍ତ୍ତମାନ ରହୁଛନ୍ତି। ତଥାପି ହାତୀପଲ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ଗୁରୁବାର ସୁଦ୍ଧା ତାରସିଂ ରେଞ୍ଜରେ ୨୪ଟି ହାତୀ ଥିବା ବେଳେ ମୁଜାଗଡ଼ ରେଞ୍ଜରେ ୩୦ ଓ ଜଗନ୍ନାଥପ୍ରସାଦ ରେଞ୍ଜରେ ୧୬ଟି ହାତୀ ଅଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.