ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡିରେ ଅସ୍ତବ୍ୟସ୍ତ ଜୀବନ।

0 212

ବୋଲଗଡ଼,୩୧/୧୨(ପିପିଟି):ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ପ୍ରକୋପ। ତଳମୁହାଁ ପାରଦ ପାଇଁ ପ୍ରବଳ ଜାଡ଼କୁ ସାଉୁଁଟୁଛି ଗାଁ ଠାରୁ ସହର। ପ୍ରବଳ ଥଣ୍ଡା କାକର ଶୀତୁଆ ସକାଳରେ ଚା’ଖଟିରେ ଆସର ଜମାଉଛନ୍ତି ଲୋକମାନେ। ଟୋପା ଟୋପା କାକର ସହ ଘନ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଛି ପ୍ରକୃତି ରାଣୀ। ଏହି ସକାଳର ଶୀତରେ ଶରୀରକୁ ଫିଟ୍ ରଖିବା କିଏ ମର୍ଣ୍ଣିଂ ୱାର୍କ କରିଥାଏ ତ କିଏ ଏକ୍ସରସାଇଜ୍। କିନ୍ତୁ ଏହି ଶୀତ ସମସ୍ତଙ୍କ ପାଇଁ ସମାନ ନୁହେଁ। କାହା ପାଇଁ ଶୀତର ପହିଲି କିରଣ ଖୁସିର ସମ୍ଭାର ନେଇ ଆସିଥାଏ ତ କାହା ପାଇଁ ଦୁଃଖର ବୋଝ । ଗରିବଟିଏ ପାଇଁ କି ଅବା ଶୀତ କି ଅବା ବସନ୍ତ, ଶୀତକୁ ଖାତିର ନକରି ପେଟ ପାଟଣା ପାଇଁ ଥରଥର ଥଣ୍ଡାରେ ବାହାରକୁ ବାହାରିବାକୁ ପଡ଼ିଥାଏ । ଦିନ ଯାଇ ସଞ୍ଜ ନଇଁବା କ୍ଷଣି ମାଡି ଆସୁଛି ଶୀତର ପ୍ରକୋପ। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି। ବୃଦ୍ଧ ଠାରୁ ପିଲା ସଭିଏଁ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।ଏପରିକି ପ୍ରବଳ ଜାଡ଼ ସାଙ୍ଗକୁ ସକାଳ ଦିନ ବାରଟା ପର୍ଯ୍ୟନ୍ତ ଘନ କୁହୁଡି ଯୋଗୁ ହଇରାଣ ହେଉଛନ୍ତି ଜନସାଧାରଣ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.