ଓଷ୍ଟାର ରାଜ୍ୟସ୍ତରୀୟ ଶିଶୁଉତ୍ସବରେ ଗଞ୍ଜାମର ସଫଳତା ।

0 181

ଭଞ୍ଜନଗର, ୨୯/୧୨(ପିପିଟି ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁଉତ୍ସବ, ସଂଘ କାର୍ଯ୍ୟlଳୟ, ନୟlସଡ଼କ, କଟକ ଠାରେ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମଗ୍ର ଓଡ଼ିଶାର ତିରିଶି ଜିଲ୍ଳା ସହ ମୟୁରଭଞ୍ଜର ଅନ୍ୟ ଏକ ସାଙ୍ଗଠନିକ ଜିଲ୍ଲାକୁ ନେଇ ଏକତିରିଶ ଜିଲ୍ଲାରୁ ୩୧୦ ଜଣ କୃତୀ ଛାତ୍ରଛାତ୍ରୀ ଦଶଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିଥିଲେ l ପ୍ରତି ବିଭାଗର ବିଚାରକ ଭାବେ ରାଜ୍ୟର ଖ୍ୟାତନାମା ନିରପେକ୍ଷ ବିଚାରକ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ l ପ୍ରତ୍ୟେକ ଦିନର ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାଗତ ଜ୍ଞାନ ସହ ଉପଦେଶ ମାଧ୍ୟମରେ ଆଦର୍ଶ ଛାତ୍ରର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ରାଜ୍ୟ କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ଓଷ୍ଟାର ସମସ୍ତ କାର୍ଯ୍ୟକ୍ରମକୁ ଅତିଥି, ଅଭିଭାବକ, ବୁଦ୍ଧିଜୀବୀ, ପ୍ରାକ୍ତନ କର୍ମକର୍ତ୍ତା ପ୍ରଶଂସା କରିଥିଲେ l କଣ୍ଠ ସଂଗୀତରେ ବୈଷ୍ଟବୀ ପ୍ରଧାନ, ବାହାଡାପଦର ନୋଡାଲ ହାଇସ୍କୁଲ, ଭଞ୍ଜନଗର ବ୍ଲକ, କବିତା ଲିଖନରେ ସୁରଜ କୁମାର ସାହୁ, ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ, ଡେଙ୍ଗାଡ଼ି, ସାନଖେମୁଣ୍ଡି ବ୍ଲକ ଓ ଗଳ୍ପ ଲିଖନରେ ବିଷ୍ଣୁ ପ୍ରସାଦ ପଣ୍ଡା, ପିପୁଲସ ଉଚ୍ଚ ବିଦ୍ୟାଳୟ, ବୁଗୁଡ଼ା ପ୍ରଥମ ସ୍ଥାନ ଅଧିକାରକରୀ ଜିଲ୍ଲାର ସଂମ୍ମାନ ଓ ଗୌରବ ରଖିଛନ୍ତି l ଏହିଅବସରରେ ଜିଲ୍ଲା କର୍ମକର୍ତ୍ତା ସଭାପତି ସନ୍ତୋଷ ଜେନା, ସମ୍ପାଦକ ବିଜୟ କୁମାର ବେହେରା, ଉପସଭାପତି ଅଶୋକ କୁମାର ହୋତ୍ତା, ବିଜୟ ଚନ୍ଦ୍ର ମହାରଣା, ବାସନ୍ତୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି l ବହୁବର୍ଷପରେ ଜିଲ୍ଲାକୁ ତିନିଟି ପ୍ରଥମ ସ୍ଥାନ ଆସିଥିବା ଯୋଗୁଁ ଖୁସିର ଲହରୀ ଖେଳିଯାଇଛି l ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି l

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.