ସଂପୁର ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

0 240

ବୋଲଗଡ,୨୬/୧୨(ପିପିଟି):ବୋଲଗଡ଼ ବ୍ଲକ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ପଞ୍ଚର୍ଦ୍ଦଶତମ ଲକ୍ଷ୍ମୀଧର ସ୍ମାରକୀ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣାମେଣ୍ଟ ଶୁକ୍ରବାର ଦ୍ୱିତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ନଟଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଜି ଚାରି ଗୋଟି ଦଳ ମଧ୍ୟ ଖେଳ ଅନୁଷ୍ଠିତ ହୋଇଥିଲା। ଆଜିର ଦ୍ୱିତୀୟ ଦିବସ ପ୍ରଥମ ମ୍ୟାଚରେ ବାୟାପଲ୍ଲୀ ଗ୍ରାମର କ୍ରିକେଟ କ୍ଳବ ଓ ପିଚୁକୁଳି କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା। ବାୟାପଲ୍ଲୀ କ୍ରିକେଟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୧.୪ ଓଭର ସମସ୍ତ ଉଇକେଟ ବିନିମୟରେ ୫୧ରନ ସଂଗ୍ରହ କରିଥିଲା । ଏହାର ଜବାବରେ ପିଚୁକୁଳି ଦଳ ୮.୫ ଓଭର ୫ ଉଇକେଟ ବିନିମୟରେ ୫୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ସେହି କ୍ରମ ୨ୟ ମ୍ୟାଚରେ ପାଟପୁର ଓ ଜଟଣୀ କ୍ରିକେଟ ଦଳ ମଧ୍ୟ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟଚ ଜିତି ଜଟଣୀ କ୍ରିକେଟ ଦଳ ଫିଲଡିଂ ନିଷ୍ପତି ନେଇଥିଲା। ପାଟପୁର କ୍ରିକେଟ ଦଳ ୧୨ଓଭର ସମସ୍ତେ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବ ରେ ଜଟଣୀ କ୍ରିକେଟ ଦଳ ୧୦.୬ଓଭର ସମସ୍ତ ଉଇକେଟ ହାରଇ ୭୦ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ସତ୍ୟରଞ୍ଜନ ବେହେରା ଓ ନାରାୟଣ ରଣସିଂହ ପରିଚାଳନା କରିଥିଲେ।ଆଜିର
ମ୍ୟଚରେ ମୁଖ୍ୟଅତିଥି ଭାବେ ଯୁବ ସମାଜସେବୀ ବାସୁଦେବ ସାହୁ ,ମୁଖ୍ୟବକ୍ତା ଭାବେ ଶିକ୍ଷା ବିତ ପ୍ରସନ୍ନ କୁମାର ଶ୍ରୀ ଚନ୍ଦନ, ସମ୍ନାନୀତ ଅତିଥି ଭାବେ ବୋଲଗଡ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି ନାରାୟଣ ପ୍ରଧାନ ଓ ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ନିରଂଜନ ସେଠୀ, ଅଶୋକ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଜିତେନ୍ଦ୍ର ସାହୁ କୁମାର, ନିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଆୟୋଜକ କ୍ଲବର ସଦସ୍ୟ ଗାନ୍ଧୀ, ସାଗର, ଦିଲୀପ, ତ୍ରିନାଥ, ଚିନୁ, ରମେଶ, ରାଜା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରମୁଖ ଆୟୋଜକ ବବୁଲ ଛୋଟରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.