କୋଦଳା,୨୬/୧୨(ପିପିଟି):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ମହିଳା ସ୍ବେଛାସେବୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ତୃତୀୟ ଦିନରେ ପୋଷ୍ୟ ଗ୍ରାମ ଶୂନ୍ୟ ରାମଚନ୍ଦ୍ରପୁର ଠାରେ ଏକ ଦୁର୍ନୀତି ନିବାରଣ ରାଲି ଅନୁଷ୍ଠିତ ହୋଇଯାଇଛି । ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧନା କର୍ମୀ ଭାବରେ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିନୋଦ କୁମାର ମିଶ୍ର ଯୋଗଦେଇ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ନାରୀ ଶିକ୍ଷା ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସାଗରିକା ଦାଶଙ୍କ ତତ୍ୱାବଧାନ ରେ ୫୦ ଜଣ ସ୍ବେଛାସେବୀଙ୍କୁ ନେଇ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଶିବିର ପରିଦର୍ଶନ କରି ଶିବିରର ସୁପରିଚାଳନା ସମ୍ପର୍କରେ ସଂଯୋଜିକା ଓ ସ୍ବେଛାସେବୀଙ୍କ ସହ ଆଲୋଚନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)