ବେଗୁନିଆପଡା,୨୬/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ତ୍ରିପାଠୀଙ୍କ ସଂଯୋଜନା ରେ ଅନୁଷ୍ଠିତ ମେଳାକୁ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମତ୍ସ୍ୟ ବିଭାଗ ଡେପୁଟି ଡାଇରେକ୍ଟର ସୁରେଶ ଚନ୍ଦ୍ର ବେହେରା ସାମ୍ନାନୀତ ଅତିଥି ଭାବେ ବିଡ଼ିଓ ସସ୍ମିତା ଶତପଥି, ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ସୁବାଶିଷ ମିଶ୍ର , ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆସିକା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି,ଏଏଫଓ ଜ୍ୟୋତି ରଞ୍ଜନ ପ୍ରଧାନ,ଭି ଏସ ପ୍ରଭୁ ଦତ୍ତ ପତି, ଭି ଏସ ସ୍ୱାଗତ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ସେହିପରି ମତ୍ସ୍ୟ, କୃଷି, ମିଶନ ଶକ୍ତି,ଉଦ୍ୟାନ,ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଷ୍ଟଲରେ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପଞ୍ଚାୟତ ରେ ମାଛ ଚାଷ,ଗୋପାଳନ ଭଳି ଉଦ୍ୟଗି ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ କେତେକ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଅନୁଷ୍ଠିତ ମେଳାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜନ ପ୍ରତିନିଧି ଓ ଚାଷୀ ମାନେ ଯୋଗ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)