ବ୍ରହ୍ମପୁର,୨୬/୧୨(ପିପିଟି):ଦକ୍ଷିଣ ଓଡ଼ିଶାର ଅଗ୍ରଣି ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବ ୬ ରୁ ୧୨ ଫେବୃୟାରୀ ସାତଦିନ ବ୍ୟାପି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବରେ ସ୍ଵୟଂ ସହାୟକ ଗୋଷ୍ଟି ,କୁଟୀର ଶିଳ୍ପ, ପ୍ରକାଶକ ଓ ସରକାରୀ ବେସରକାରୀ ବିଭିନ୍ନ କିସମର ଷ୍ଟଲ ସହ,ପ୍ରତ୍ୟେକ ଦିନ ଶିକ୍ଷା,ସାହିତ୍ୟ ସଂସ୍କୃତି ପରମ୍ପରା, ଅର୍ଥନୀତିର ବିକାଶ ନେଇ ଆଲୋଚନା ଅନୁଷ୍ଠିତ ହେବ। ଛାତ୍ର ଛାତ୍ରୀ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସ୍ବାସ୍ଥ୍ୟ ସେବା ଶିବିର ରକ୍ତ ଦାନ,ବକ୍ସିଂ, ସୁନ୍ଦର୍ ସ୍ୱାସ୍ଥ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍ମରଣିକା ପ୍ରକାଶ କରାଯିବା ନେଇ ନିଷ୍ପତ୍ତି ହୋଇଛି। ମହୋତ୍ସବକୁ ସଫଳ ରୂପେ ପରିଚାଳନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହୋତ୍ସବ କମିଟି ଗଠନ କରାଯାଇଛି। ରେସ୍ପନ୍ସ ମର୍କେଟିଙ୍ଗ ଇଭେଣ୍ଟ ଏହାର ଦାୟିତ୍ଵ ନେଇଥିବା ବେଳେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଓ ପ୍ରଶାସନିକ,ପୋଲିସ,ମହାନଗର ନିଗମ ସମସ୍ତଙ୍କ ସହୋଜୋଗରେ ଏହାକୁ ଏକ ସୁନ୍ଦର୍ ଓ ସଫଳ ମହୋତ୍ସବ ଭାବେ ଆୟୋଜନ କରାଯିବ ବୋଲି ଆୟୋଜକ ମହାନ୍ ସଂଘ୍ ସଭାପତି ସୁଶାନ୍ତ କୁମାର ସାବତଙ୍କ ଠାରୁ ପ୍ରକାଶ। ଏଥି ନେଇ ଏକ ପ୍ରସ୍ତୁତି ବୈଠକ ମହାନ୍ ସଂଘ୍ କାର୍ଯ୍ୟଲୟରେ ଗତ କାଲି ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଆଜି ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବିଧାୟକଙ୍କ ସହ ମହାନ୍ ସଂଘ୍ ସଭାପତି ସୁଶାନ୍ତ କୁମାର ସାବତ,ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଉପସଭାପତି ଭି ରବିକୁମର ଗୁପ୍ତା,ସହ ସମ୍ପାଦକ ପ୍ରକାଶ ଭଜନି,ମହୋତ୍ସବ କମିଟି ସମ୍ପାଦକ ସିମାଞ୍ଚଲ୍ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ ପ୍ରମୁଖ ଆଲୋଚନା କରିଥିବା ବେଳେ ନିକଟରେ ଅନ୍ୟମାନଙ୍କୁ ନେଇ କମିଟି ଗଠନ ସହ ଚୁଡାନ୍ତ ରୂପରେଖ ପ୍ରସ୍ତୁତି କରାଯିବା ନେଇ ନିଷ୍ପତ୍ତି ହୋଇଛି।ଗତକାଲି ମହାନ୍ ସଂଘ୍ କାର୍ଯ୍ୟାଳୟରେ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନୃସିହ ନାଥ ନନ୍ଦ,ରବିଶଙ୍କର, ପ୍ରକାଶ ଭାଜନି,ବୁଚି ବାବୁ, ଭି ରବିକୁମାର ଗୁପ୍ତା,ରାଜୀବ କୁମାର ମହାନ୍ତି,ବନ୍ଦିତା ତ୍ରିପାଠୀ,ଭଗବାନ ବେହେରା,ଅସ୍ମିତା ମହାନ୍ତି,ସାଧନା ପାଢ଼ୀ,ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀକାନ୍ତ ସାବତ,ସିମାଞ୍ଚଲ୍ ପାଣିଗ୍ରାହୀ, ତପନ ପଣ୍ଡା, ମଂନରଞ୍ଜନ ପାଢ଼ୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।