ଗୁଡଭେଲା,୨୫/୧୨: ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ହାଇସ୍କୁଲଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୪୭ ଜଣ ପୁରୁଷ ଓ ମହିଳା ରକ୍ତଦାନ କରିଥିଲେ । ମହୋତ୍ସବ କମିଟିର ସଭାପତି ରୋହିତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ,ମୁଖ୍ୟ ଅତିଥି ଭାବେ ଗୁଡଭେଲ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା,ମହୋତ୍ସବ ସମ୍ମାନିତ ଅତିଥି ଗୁଡଭେଲା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼. ସମୀର ଆଚାର୍ଯ୍ୟ, ଭାଗବତ ନାହାକ,ଘୁନା ସରପଞ୍ଚ କବିତା ମହାନନ୍ଦ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମଞ୍ଚ ପରିଚାଳନା ଓ ସ୍ୱାଗତ ଭାଷଣ ମହୋତ୍ସବ କମିଟି ସମ୍ପାଦକ ଲମୋଦର,ଧୁବଳେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତ ଭଣ୍ଡାର କାଉନସିଲର ଶେଖ ଅସରଫ ଓ ରକ୍ତ ପାରୀକ୍ଷକ ଲକ୍ଷ୍ମୀଧର ସାହୁ,ରଞ୍ଜିତ ବେହେରାଙ୍କ ସହ ଗୁଡଭେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ଡ଼. ସୂର୍ଯ୍ୟକାନ୍ତ ପତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମହୋତ୍ସବ କମିଟୀ ସମସ୍ତ ସହଯୋଗ କରିଥିଲେ ।
ଅପରପକ୍ଷରେ ଖଡଙ୍ଗା ଅଞ୍ଚଳ ଲୋକ ସାହିତ୍ୟ,ସଂସ୍କୃତି ଓ ପରମ୍ପରାକୁ ପୁଣିଥରେ ଆସନ୍ତା କାଳିଠାରୁ ୨୯ ତାରିଖରେ ଶିକେରପାଟ୍ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବା ସହ ମିନା ବଜାର ପଲ୍ଲୀଶ୍ରୀ ମେଳା ଓ କୃଷି ମେଳା ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି ।