ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ।

0 275

କୋଦଳା,୨୫/୧୨(ପିପିଟି):ଗୁରୁବାର ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ମହିଳା ସ୍ୱତନ୍ତ୍ର ସେବା ଯୋଜନା ଶିବିରର ଦ୍ଵିତୀୟ ଦିନରେ ସ୍ବେଛାସେବୀ ମାନଙ୍କଦ୍ୱାରା କୋଦଳା ଏନଏସି ୱାର୍ଡ ନଂ ୧୨ ଏସ ରାମଚନ୍ଦ୍ରପୁର ଗ୍ରାମରେ ସଫେଇ ଏବଂ ପରିବେଶ ସଚେତନତା ମୂଳକ ଏକ ରାଲି କରାଯାଇଥିଲା ପରେ ପରେ ଗ୍ରାମର ବିଦ୍ୟାଳୟ ଚତୁର୍ପାଶ୍ୱକୁ ଛାତ୍ରୀ ମାନଙ୍କ ଦ୍ୱାରା ସଫେଇ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସାଗରିକା ଦାଶଙ୍କ ତତ୍ତ୍ୱାବଧାନରେ ୫୦ ଜଣ ସ୍ବେଛାସେବୀ ଯୋଗଦେଇଥିଲେ । ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୁଖ୍ୟ ସାଧନା କର୍ମୀ ଭାବେ ସାମାଜିକ କର୍ମୀ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନା ର ଲକ୍ଷ,ଆଦର୍ଶ ସହ ନିଜକୁ ପାରୋପକାର ସେବା ରେ ବ୍ରତୀ ହେବା ପାଇଁ ପ୍ରେରଣା ଦେଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.