ପୋଲସରା ,୨୫/୧୨(ପିପିଟି) : କବିସୂର୍ଯ୍ୟନଗର ବ୍ଲକ୍ ସୁବଳୟା ଗ୍ରାମ ପଞ୍ଚାୟତ ମଠତେନ୍ତୁଳିଆ ଗ୍ରାମ ସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – ୨୦୨୫ ବହୁ ଆଡ଼ମ୍ବର ଓ ବର୍ଣ୍ଣାତ୍ୟ ପରିବେଶରେ ପ୍ରଧାନ ଶିକ୍ଷକ ପଞ୍ଚାନନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ବିଇଓ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସଂଯୋଜକ ରବିନାରାୟଣ ବେହେରା ମୁଖ୍ୟ ଅତିଥିଭାବେ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାଧବ ଚନ୍ଦ୍ର ମାଝୀ ମୁଖ୍ୟବକ୍ତା ଭାବେ ଏଵଂ କନିଆରି କ୍ଲଷ୍ଟରର ଆଞ୍ଚଳିକ ସାଧନକର୍ମୀ ରାଜୀବ ଲୋଚନ ସାହୁ,ଏସ ଏମ୍ ସି ସଭାପତି କାଳୁ ଚରଣ ସାହୁଙ୍କ ସମେତ ସୁଦୂର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋଡାମ୍ବ କ୍ଲଷ୍ଟରର ଆଞ୍ଚଳିକ ସାଧନ କର୍ମୀ ବାଲାଜୀ ସେଠୀ,ମାଗୁରାପୁଞ୍ଜା
ପ୍ରକଳ୍ପ ଅପର ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ନାହକ,ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଓ ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଅନୁଷ୍ଠାନ ତରଫରୁ ଅତିଥିବୃନ୍ଦଙ୍କୁ ପର°ପରା ଅନୁଯାୟୀ ସ୍ବାଗତ, ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଅତିଥିବୃନ୍ଦ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ସମୟରେ ଶିକ୍ଷକ କୃଷ୍ଣଚନ୍ଦ୍ର କଅଁର ଦୀପ ମନ୍ତ୍ର ଗାନ କରିଥିଲେ। ପରେ ଶିକ୍ଷୟତ୍ରୀ ସବିତା ଚୌଧୁରୀ ସ୍ବାଗତ ଜଣାଇଥିଲେ। ପରେ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ଅଭିଭାଷଣ ଜରିଆରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବାସହିତ କର୍ତ୍ତବ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପବିତ୍ର ହୃଦୟରେ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ କରିବା ଏବଂ ଅଭିଭାବକ ମଣ୍ଡଳୀକୁ ନିଜର ଦାୟିତ୍ଵ ବୋଧତାକୁ ଗୁରୁତ୍ଵ ଦେଇ ନିଜ ନିଜର ଅଧ୍ୟୟନରତ ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ ସକାଶେ ଆନ୍ତରିକତା ସହିତ ସହଯୋଗ କରିବାକୁ ନିବେଦନ କରିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନୁଷ୍ଠାନର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ°ସା ପତ୍ର ସହିତ ଟ୍ରଫି ଅତିଥିବୃନ୍ଦଙ୍କ କରକମଳରୁ ପ୍ରଦାନ କରାଯାଇଥିଲା। ଶେଷାର୍ଦ୍ଧରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ଷୁଦ୍ର ନାଟକ”କାଳିଯାୟୀ” ମ°ଚସ୍ଥ କରି ନିଜ ନିଜର ଅଭିନୟ ମାଧ୍ୟମରେ ପାରିଦର୍ଶିତା ପରିବେଷଣ କରି ସମସ୍ତଙ୍କ ଠାରୁ ଉଚ୍ଛର୍ଷିତ କରତାଳି ଦ୍ଵାରା ଭୂରି ଭୂରି ପ୍ରଶ°ସା ସାଉଁଟିଥିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ବାଗତ ଏବଂ ବିଦାୟ ସଂଗୀତ ଗାନ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ମହୋଦୟ ସମ୍ପୂର୍ଣ୍ଣ ଉତ୍ସବ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷ ଏବଂ ଗଣମାଧ୍ୟମକୁ ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ୍ ସହିତ କୃତଜ୍ଞତା ଜଣାଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା