ସରସ୍ୱତୀ ଶିଶୁମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ ପାଳିତ ।

0 256

ଭଞ୍ଜନଗର, ୨୪/୧୨(ପିପିଟି ):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳର ୩୬ ତମ ବାର୍ଷିକ ଉତ୍ସବ ଡ଼.କମ୍ବୁ ପାଣି ସାମନ୍ତ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ।ମୁଖ୍ୟ ବକ୍ତା ରୂପେ ଡ଼. ବିନାୟକ ଦାସ ପ୍ରାକ୍ତନ ସଭାପତି,ଶିକ୍ଷା ବିକାଶ ସମିତି ଓଡିଶା ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ଗୋପୀନାଥ ସାହୁ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା।ଧନ୍ୟବାଦ ପ୍ରଦାନ କରିଥିଲେ ସହ ସମ୍ପାଦକ ଗଙ୍ଗାଧର ଦାସ ,ଅର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା।ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.