ଅସହାୟଙ୍କୁ ସରକାରୀ ଯୋଜନାରେ ସାମିଲ ।

0 226

ମାଲକାନଗିରି,୨୪/୧୨(ପିପିଟି):ମାଲକାନଗିରି ଜିଲ୍ଲାର ଖଇରପୁଟ୍ ବ୍ଲକ ଅନ୍ତର୍ଗତ କେ.ଗୁମ୍ମା ଗ୍ରାମ ପଞ୍ଚାୟତରେ ଅସହାୟ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସରକାରୀ କଳ୍ୟାଣ ଯୋଜନା ସହିତ ସଂଯୋଗ କରିବା ଉଦ୍ଦେଶ୍ୟରେ ଏକ ବିଶେଷ ଶିବିର ଆୟୋଜିତ ହୋଇଥିଲା।ଏହି ଶିବିରରେ ବିନା ମୁଦୁଲି ଏଏଲଓ, ଖଇରପୁଟ, ରଞ୍ଜୁଲତା ବାରିକ ପିଏ ଏସଏସଇପିଡି, ଖଇରପୁଟ, ଆର୍ଯ୍ୟନ ମାଝି ପିଇଓ ଓ ମଙ୍ଗଳା ମାଢ଼ୀ ସରପଞ୍ଚ, କେ.ଗୁମ୍ମା ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଶିବିରରେ ବୃଦ୍ଧବୃଦ୍ଧାଙ୍କ ପେନସନ କାର୍ଡ, ବିଧବା ପେନସନ କାର୍ଡ, ଜାତୀୟ ପରିବାର ଲାଭ ଯୋଜନା,, ରାସନ କାର୍ଡ, ଶ୍ରମ କାର୍ଡ ଆଦି ସରକାରୀ ଯୋଜନାର ସୁବିଧା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଶକ୍ତି ସୋସିଆଲ୍ କଲଚୁରାଲ୍ ଏବଂ ସ୍ପୋର୍ଟିଂ ଅର୍ଗାନାଇଜେସନ, ମାଲକାନଗିରି ଦ୍ୱାରା ସଫଳତାର ସହ ଆୟୋଜିତ ହୋଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.