ବିଧାୟକ ଦ୍ୱାରା ଦୁଇ ନଦୀ ହିଡ଼ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ।

0 253

ବେଲଗୁଣ୍ଠା,୨୨/୧୨(ପିପିଟି):ବେଲଗୁଣ୍ଠା ବ୍ଲକ୍ ର ବକ୍ଷ ଦେଶ ଦେଇ ବହି ଯାଇଛି ଲୋହରାଖଣ୍ଡି ଏବଂ ବଡ଼ ନଦୀ । ବିଭିନ୍ନ ସମୟରେ ଏହି ନଦୀ ଦୁଇଟିରେ ବନ୍ୟା ଆସି ବନ୍ଧ ଭାଙ୍ଗିଯିବା ଫଳରେ ତଟବର୍ତ୍ତୀ ପଂଚାୟତ ବାସୀଙ୍କ ନାହିଁ ନଥିବା କ୍ଷତି ସାଧନ କରିଛି । ଏଥିରେ ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ । ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ପଂଚାୟତର ମାଆ କାନ୍ଦୁରୀ ଦେବୀ ମନ୍ଦିର ନିକଟରେ ଲୋହରାଖଣ୍ଡି ନଦୀର ବାମ ପାର୍ଶ୍ୱ ବନ୍ଧର ଉନ୍ନତିକରଣ ପାଇଁ ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଶୁଭ ଦେଇଛନ୍ତି । ପାଞ୍ଚକୋଟି କୋଡିଏ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଥର ବନ୍ଧ ନିର୍ମାଣ ନିମନ୍ତେ ଆଜି ଦିନ ବାର ଘଣ୍ଟା ତିରିଶି ମିନିଟ୍ ସମୟରେ ଶୁଭ ଦେଇଥିଲେ । ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ୱ ପ୍ରକାଶ ଚନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ଦିଆଯାଇଛି । ସେହିପରି ମାଧବରୀଡା ଆନିକଟ ନିକଟ ଠାରୁ ଦହିମୁଣ୍ଡଳୀ ପର୍ଯ୍ୟନ୍ତ ବଡ଼ ନଦୀର ଡ଼ାହାଣ ପାର୍ଶ୍ବ ହିଡ଼ର ଉନ୍ନତିକରଣ ପାଇଁ ଚାରିକୋଟି ବାଷଠି ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ଉନ୍ନତିକରଣ ପାଇଁ ଶୁଭ ଦେଇଛନ୍ତି ବିଧାୟକ ଶ୍ରୀ ବିଷୋୟୀ । ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ୱ ବି.ବି ଅଗ୍ରୱାଲ୍ ସଂସ୍ଥାକୁ ଦିଆଯାଇଛି । ପୂର୍ବରୁ ଏହି ନଦୀରେ ବନ୍ୟା ଆସିବା ଦ୍ୱାରା ବେଣୀପଲ୍ଲୀ,ଗୋବରା, ଶାସନ, କ୍ଷତ୍ରିୟବରପୁର, ପାଇଲିପଡ଼ା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ବନ୍ଧର ଉନ୍ନତି କରଣ ପରେ ପୂର୍ବ ସମସ୍ୟାର ସମାଧାନ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି । ଆଜିର କାର୍ଯ୍ୟକ୍ରମରେ ଓସିସି ଏସି ବସନ୍ତ କୁମାର ସେଠୀ,ଉପଖଣ୍ଡ ଅଧିକାରୀ ଦୀପକ କୁମାର ସ୍ୱାଇଁ ,ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ଜୟନ୍ତ ପୃଷ୍ଟି, ଜଳ ସମ୍ପଦ ବିଭାଗର ଏସି ସଞ୍ଜୟ କୁମାର ପ୍ରଧାନ,ଏସଡିଓ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ଇଞ୍ଜିନିୟର୍ ସଂଜୀବ କୁମାର ସାହୁ, ଇଞ୍ଜିନିୟର୍ ସୁବାଷ ଚନ୍ଦ୍ର ମୁନି, ଇଞ୍ଜିନିୟର୍ ପ୍ରହଲ୍ଳାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ବିଧାୟକ ଶ୍ରୀ ବିଷୋୟୀ ଠିକ୍ ସମୟରେ କାର୍ଯ୍ୟ ସରିବା ଏବଂ କାର୍ଯ୍ୟର ମାନକୁ ଯାଞ୍ଚ୍ କରି ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ଠିକାଦାର ଏବଂ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ତଥ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ୱାଇଁ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି କୁଞ୍ଜ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ପ୍ରମୋଦ କୁମାର ପ୍ରଧାନ,ସମିତି ସଭ୍ୟ ପୀତବାସ ସାହୁ, ଶ୍ୟାମ ସୁନ୍ଦର ନାୟକ, ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ବରିଷ୍ଠ ସଂଗଠକ ସୂର୍ଯ୍ୟନାରାୟଣ ତ୍ରିପାଠିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଦୁଇ ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦିଆଯିବା ପରେ ଛଅଟି ପଂଚାୟତର ପ୍ରାୟ ପନ୍ଦର ହଜାର ହେକ୍ଟର ଚାଷ ଜମି ସୁରକ୍ଷିତ ରହିବା ସହିତ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଜଣା ପଡ଼ିଛି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.