ବୋଲଗଡ଼,୨୨/୧୨(ପିପିଟି):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗସିଂହପୁର କୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ଜେନା ବିଧିବଦ୍ଧ ଭାବରେ ଶ୍ରୀ ମହାନ୍ତିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।ନୂତନ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜସୁନାଖଳା ଫାଣ୍ଡିର ସମସ୍ତ କର୍ମଚାରୀ , ବଣିକ ସଂଘ ଏବଂ ରାଜ ସୁନାଖଳା ଗ୍ରାମବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ରାଜସୁନାଖଳାରେ ଅଞ୍ଚଳକୁ ଗଞ୍ଜେଇ ଓ ବ୍ରାଉନ ସୁଗାର ମୁକ୍ତ କରିବା ସହିତ ଅପରାଧୀ କାର୍ଯ୍ୟ କଳାପରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବେଳେ ଗରିବ ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।