ସୁବର୍ଣ୍ଣପୁର,୨୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆନ୍ତର୍ଜାତିକ ମାନବ ସଂହତି ଦିବସ ଆଜି ପୂର୍ବାହ୍ନ ୧୧-୦୦ଘଣ୍ଟା ସମୟରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ର ପାଢ଼ୀ ତଥା ସମ୍ମାନିତ ଅତିଥି ଭାବରେ ଗୋପୀନାଥ ମହାକୁର ମଞ୍ଚାସୀନ ଥିଲେ । ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୦ ତାରିଖକୁ ଅନ୍ତର୍ଜାତୀୟ ମାନବ ଏକତା ଦିବସ ଭାବେ ପାଳନ କରାଯାଏ । ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଦିବସ ଉପରେ ଅଧିକ ଗୁରୁତ୍ବାରୋପ କରିଥାଆନ୍ତି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ କରିବା ତଥା ଦାରିଦ୍ର୍ୟ ହ୍ରାସ ରଣନୀତି ପ୍ରସ୍ତୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବିଶ୍ବସ୍ତରରେ ଏହି ଏକତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ ବୋଲି ଅତିଥି ମାନେ ବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସ୍ବାଗତ କରିଥିଲେ । ଏଥିରେ ଶ୍ୟାମସୁନ୍ଦର ସେଠୀ,ସତ୍ୟ ନାରାୟଣ ନାୟକ,ଜ୍ଞାନେନ୍ଦ୍ର ତ୍ରିପାଠୀ, ନାରାୟଣ ନାୟକ,ଅକ୍ରୂର ଦନ୍ତା, ନିମାଇଁ ଚରଣ ପଣ୍ଡା,ଚମରା ମହାକୁର,ଶିବ ଖମାରୀ, ରାଧେଶ୍ୟାମ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ।ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ =ଶାନ୍ତନୁ କୁମାର କର୍ଣ୍ଣ