କଇରାଝୁଲି ବିଦ୍ୟାଳୟ ପରିଦର୍ଶନରେ ଓ.ସେ.ପା. ଯୁଗ୍ମ ନିର୍ଦ୍ଦେଶକ ।

0 190

ସୁବର୍ଣ୍ଣପୁର ,୨୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କଇରାଝୁଲି ବିଦ୍ୟାଳୟ ପରିଦର୍ଶନ କଲେ ଓ.ସେ.ପା. ଯୁଗ୍ମ ନିର୍ଦ୍ଦେଶକ ସୁଶାନ୍ତ କୁମାର ଘୁଟା। ଏହି ପରିଦର୍ଶନ ସମୟରେ ଓ.ସେ.ପା. ଯୁଗ୍ମ ନିର୍ଦ୍ଦେଶକ ଓଡିଶାଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ନିୟମିତ ଓ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ୍ୟ ଅକ୍ଷୟ କୁମାର ବେରିହା ଏବଂ ଜିଲ୍ଲା ଭିନ୍ନକ୍ଷମ ପ୍ରତିଷ୍ଠାନ ସାଂଯୋଜକ ସଚ୍ଚିଦାନନ୍ଦ ସାହୁ। ବିଦ୍ୟାଳୟ ପରିଦର୍ଶନ ସମୟରେ ଘୁଟା ମହୋଦୟ ବିଦ୍ୟାଳୟ ଓ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ରୋଷେଇ ଗୃହ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା, ଶିକ୍ଷାଦାନ ପଦ୍ଧତି, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥାନ ପ୍ରଭୃତି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ଏପରିକି ବିଦ୍ୟାଳୟ ର କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ପରୀକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ ଏବଂ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ପାଇବା ସହିତ ସମସ୍ତଙ୍କୁ ବେଶ ପ୍ରଶଂସା କରିଥିଲେ। ଆହୁରି ମଧ୍ୟ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ବିଭିନ୍ନ ଉପଦେଶ ଓ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ତଥା ବିଦ୍ୟାଳୟ ନିରାପତ୍ତା କମିଟି ସଭାପତି ଲେଖରାଜ ସାଗର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ପଧାନ, ବରିଷ୍ଠ ଶିକ୍ଷକ କିଶୋର ସାହୁ,ଜିତେନ୍ଦ୍ର ପର୍ଡିଆ, ସୁଦର୍ଶନ ଭୁକ୍ତା, ପ୍ରମୋଦ କୁମାର ସାହୁ, ପ୍ରଭାସ ମେହେର, ବିଦ୍ୟାଳୟ କର୍ମଚାରୀ ନିର୍ମଳ ଜଗଦଲା, ନରେନ୍ଦ୍ର ପଧାନ ଓ ଅଞ୍ଜଳି ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.