ଭଞ୍ଜନଗର ,୧୫/୧୨(ପିପିଟି ):ବାରୁଡ଼ା ଗ୍ରାମରେ ଦୀର୍ଘ ଦିନ ଧରି ବସବାସ କରୁଥିବା ବୌଦ୍ଧ ଅଞ୍ଚଳର ଦୟାନିଧି ସେଠି ଗତ ରାତିରେ ଅସୁସ୍ଥ ଅବସ୍ଥାରେ କୁଲାଡ଼ ବଡ ବନ୍ଧ ନିକଟରେ ପଡି ରହିଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ।ସେଠାରେ ଦୟାନିଧିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ନିଜର ପରିବାର ଲୋକ କେହି ଏଠାରେ ରହୁ ନଥିବା ବେଳେ ପତ୍ନୀଙ୍କ କିଛି ବର୍ଷ ହେଲା ଦେହାନ୍ତ ହୋଇଯାଇଛି। ଖବର ପାଇଁ ତାଙ୍କ ଝିଅ ବୌଦ୍ଧରୁ ଆସିଥିଲେ। ବାପାଙ୍କ ଶବକୁ ସତ୍କାର କରିବା ପାଇଁ ସେ ଅସହାୟ ଅବସ୍ଥାରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନକୁ ସହାୟତା ମାଗିଥିଲେ।ଭଞ୍ଜନଗର ପୋଲିସ ଏବଂ ବାରୁଡ଼ା ସମିତି ସଭ୍ୟ ପ୍ରତିନିଧି ସୋମନାଥ ସେଠି ଙ୍କ ସହାୟତାରେ ଅନୁଷ୍ଠାନର ସଦସ୍ୟ ମାନେ ମୃତ ଦୟାନିଧି ଙ୍କ ଶବକୁ ଭଞ୍ଜନଗର ଶ୍ମାଶନ ଠାରେ ସତ୍କାର କରିଛନ୍ତି। ପ୍ରକାଶ ଥାଉ କୁ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ଆଜି ପର୍ଯ୍ୟନ୍ତ ବହୁ ଅସହାୟ ବ୍ୟକ୍ତି ଙ୍କ ଶବକୁ ସତ୍କାର କରି ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସା ସାଉଁଟିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)