କୋଦଳାରେ ଟ୍ରିପଲ ଇଞ୍ଜିନ ସରକାର; ଏଯାଏଁ ମିଳିନି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଜୋତା ।

0 317

କୋଦଳା,୧୧/୧୨(ପିପିଟି):ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅବ୍ଯବସ୍ଥା ଅଭିଯୋଗ। ଶିକ୍ଷାବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଏଯାଏଁ ଛାତ୍ର ଛାତ୍ରୀଙ୍କୁ ମିଳିନି ୟୁନିଫର୍ମ ପୋଷାକ ଓ ଜୋତା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୋଦଳାରେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ଏଠି ଏନ୍ଏସି ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାର ବିଜେପି ନେତୃତ୍ବାଧୀନ ଥିବା ବେଳେ ଏଭଳି ଅବ୍ଯବସ୍ଥାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।କୋଦଳା ପିଏମ୍‌ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ଅବ୍ଯବସ୍ଥାର ଖବର ମିଳିଛି। ବର୍ଷ ଶେଷ ହେବାକୁ ଯାଉଛି। ଅଥଚ ପିଲାମାନଙ୍କୁ ୟୁନିଫର୍ମ ଓ ଯୋତା ଦିଆଯାଇନି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ଗତ ମାସରେ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏପରିକି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ହେଲେ ଏଠାରେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ଖୋଦ୍ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏହି ବିଦ୍ଯାଳୟକୁ ଗତ ୨ ଦିନ ତଳେ ପରିଦର୍ଶନରେ ଯାଇ ବିଦ୍ୟାଳୟର ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏପରିକି କୌଣସି ସମସ୍ଯା ଥିଲେ ମୋତେ ସିଧା ସଳଖ ଫୋନ୍ କରି ଜଣାଇବାକୁ ଛାତ୍ର ଛାତ୍ରୀଙ୍କୁ ନିଜ ମୋବାଇଲ ନମ୍ବର ବାଣ୍ଟିଥିଲେ। ହେଲେ ବିଦ୍ଯାଳୟରେ ଛାତ୍ର ଛାତ୍ରୀଙ୍କୁ ପୋଷାକ ମିଳିଛି କି ନାହିଁ ତାହା ବୁଝି ନଥିଲେ। ଉକ୍ତ ବିଦ୍ଯାଳୟରେ ଆବଶ୍ୟକ ସଂଖ୍ୟକ ଶୌଚାଳୟ ନଥିବା ବେଳେ ବିଦ୍ଯାଳୟର ପରିବେଶ ଅତି କଦର୍ଯ୍ୟ ହୋଇଛି। ପୂର୍ବରୁ ଏଠାରେ ଥିବା ପ୍ରଧାନ ଶିକ୍ଷକ ଅଧ୍ଯକ୍ଷଙ୍କ ହାତ ବାରିସି ସାଜିଥିଲେ। ଏପରିକି ପୂର୍ବ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିଲେ ମଧ୍ୟ ଅଧ୍ଯକ୍ଷକଂ ଚାପରେ ଗାଦି ଛାଡୁ ନଥିଲେ। ଏନେଇ ବାରମ୍ୱାର ଅଭିଯୋଗ ହେବା ପରେ ଏବେ ନୂତନ ପ୍ରଧାନ ଶିକ୍ଷକ ଭାବେ ସରୋଜ ମାଝୀ ଦାୟିତ୍ବ ନେଇଛନ୍ତି। ସମସ୍ତ ସମସ୍ଯାର ସମାଧାନ ପାଇଁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ବର୍ଷ ଶେଷ ହେବାପରେ ଅଧ୍ଯକ୍ଷଙ୍କ ଏବେ କିପରି ଛାତ୍ର ଛାତ୍ରୀଙ୍କ କଥା ମନେ ପଡିଲା ? ବଦନାମ ହେବା ଭୟରେ ବିଦ୍ଯାଳୟ ଗସ୍ତ କରି ମିଛି ମିଛିକା ଉନ୍ନତି ବୁଝୁଥିଲେ କି ? ରାଜନୈତିକ ରୁଟି ନ ସେକି ବାସ୍ତବରେ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.