ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବିତରଣ ।

0 224

ଯାଜପୁର,୧୦/୧୨(ପିପିଟି): ସାରା ରାଜ୍ୟରେ ବଢି ଚାଲିଛି ଶିତର ଲହରୀ । ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ଲକ୍ଷ୍ୟରେ ଯାଜପୁରର ଉତ୍କଳ ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଟୁରିଜିମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ରୁ ଆରମ୍ଭ ହୋଇଛି କମ୍ବଳ ବଣ୍ଟନ ଅଭିଯାନ। ଇନଷ୍ଟିଚୁଟର ନିର୍ଦେଶକ ଶେଖ କମାଲୁଦ୍ଦିନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ୍ୟା ତସଲିମ ରୁବି,ସ୍ମୃତି ରଞ୍ଜନ ପରିଡା,ରାନୀ ନାୟକ,ସୌମ୍ୟ ରଞ୍ଜନ ଦାଶଙ୍କ ସମେତ ଛାତ୍ରଛାତ୍ରୀ ମାନେ ମନ୍ଦିର ନିକଟରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଉତ୍କଳ ଇନଷ୍ଟିଚୁଟର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମ ବିରଜା ମନ୍ଦିର ରୁ ଆରମ୍ଭ ହୋଇ ରାମ ମନ୍ଦିର, ବରି ସ୍ଥିତ ସାଇ ମନ୍ଦିର, ବିଞ୍ଝାରପୁର ସ୍ଥିତ ବରୁଣେଶ୍ବର ମନ୍ଦିର ନିକଟରେ ଥିବା ଗରିବ ଓ ଅସହାୟ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଯୁବ ସାମ୍ବାଦିକ ତପନ କୁମାର ମହାନ୍ତି,ଦେବାଶିଷ ସାହୁ,ବିରଜା ପାଣି,ସୌମ୍ୟରଞ୍ଜନ ଦାସ ଓ ପରେମଶ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରୁଥିବା ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.