ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ।

0 237

ପୋଲସରା ,୧୦/୧୨( ପିପିଟି):ବିଜ୍ଞାନ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି/ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆସ୍କା ଲୋକସଭା ସଂସଦୀୟ କ୍ଷେତ୍ର ର ପୋଲସରା ନଗର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସିମାଞ୍ଚଳ ସାହୁ ଯୋଗ ଦେଇ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଅଭିନଵ ଯୋଜନା ଘରେ ଘରେ ସ୍ବଦେଶୀ ବ୍ୟବହାର ସମ୍ପର୍କ ରେ ଦିଗଦର୍ଶନ ପ୍ରଦାନ କରିଥିଲେ/କାର୍ଯ୍ୟକ୍ରମ ରେ ସ୍ବଦେଶୀ ସଂକଳ୍ପ ପତ୍ର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ, ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ଶପଥ ପାଠ କରାଯାଇଥିଲା /ଅଧ୍ୟାପକ ସ୍ୱାଭିମାନ ସାହୁ, ଅଧ୍ୟାପିକା ଡ଼ଃ ଜ୍ୟୋସ୍ନାରାଣୀ ପଟ୍ଟନାୟକ, କାର୍ଯ୍ୟକ୍ରମ ଅଧିକାରିଣୀ ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ ପ୍ରମୁଖ ମଞ୍ଚାସୀନ ରହି ସ୍ବଦେଶୀ ଦ୍ରବ୍ୟ ର ବ୍ୟବହାର ଓ ମହତ୍ତ୍ୱ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ /ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ, ଦେବାଶିଷ ସ୍ୱାଇଁ VOCAL FOR LOCAL, START UP INNOVATION କାର୍ଯ୍ୟକ୍ରମ ସମ୍ପର୍କ ରେ ମାର୍ଗଦର୍ଶନ କରିଥିଲେ /ସୁଶ୍ରୀ ଜ୍ୟୋତି ପାଣିଗ୍ରାହୀ ଙ୍କୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ରେ ବ୍ରାଣ୍ଡ ଆମ୍ବାସେଡ଼ର ପୁରସ୍କାର ଅତିଥି ମାନଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା /ଅଧ୍ୟାପିକା ପିଙ୍କି ପ୍ରଧାନ, ସୁମିତା ରାଉତ, ଡେମୋନଷ୍ଟେଟର ସୁଜାତା ରାଣୀ ବେହେରା ପ୍ରମୁଖ ବିଶେଷ ସହଯୋଗ କରିଥିଲେ /ଶେଷରେ ଅଧ୍ୟାପିକା ଡ଼ଃ ଜ୍ୟୋସ୍ନାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.